ଚାଷୀଙ୍କ କଥା ଫୋନ୍ କରି ବୁଝିବେ ମୁଖ୍ୟମନ୍ତ୍ରୀ, ଭଲ କାମ କଲେ କର୍ମଚାରୀଙ୍କୁ ମିଳିବ ପ୍ରୋତ୍ସାହନ
ଚାଷୀଙ୍କ କଥା ଫୋନ୍ କରି ବୁଝିବେ ମୁଖ୍ୟମନ୍ତ୍ରୀ, ଭଲ କାମ କଲେ କର୍ମଚାରୀଙ୍କୁ ମିଳିବ ପ୍ରୋତ୍ସାହନ
admin
Dec 14, 2019 - 06:28
Updated: Dec 14, 2019 - 06:28
ଭୁବନେଶ୍ୱର - ଥାନା ଓ ଡାକ୍ତରଖାନା ଅବସ୍ଥା ସୁଧାରିବା ପାଇଁ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ପ୍ରଥମେ ଗୃହ ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମୋ ସରକାର କାର୍ଯ୍ୟକ୍ରମ ପ୍ରଚଳନ କରାଯାଇଥିଲା । ଏହା ଫଳରେ ଜନସାଧାରଣଙ୍କ ସହିତ ପ୍ରଶାସନର ସିଧାସଳଖ ସମ୍ପୃକ୍ତି ସମ୍ଭବ ହୋଇଛି ଏବଂ ଲୋକଙ୍କ ମତାମତ ଆଧାରରେ ଥାନା ଓ ଡାକ୍ତରଖାନା କ୍ଷେତ୍ରରେ ଅନେକ ଉନ୍ନତି ପରିଲକ୍ଷିତ ହୋଇଛି । ଏହି ସଫଳତାକୁ ଆଧାର କରି ମୋ ସରକାର କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗକୁ ସାମିଲ କରାଯାଇଛି । ରାଜ୍ୟର ୭୦ ଭାଗରୁ ଅଧିକ ଲୋକ କୃଷି ଉପରେ ନିର୍ଭରଶୀଳ ଥିବା ବେଳେ ଏ କ୍ଷେତ୍ରରେ ଅଧିକ ଲୋକ କୃଷି ଉପରେ ନିର୍ଭରଶୀଳ ଥିବା ବେଳେ ଏ କ୍ଷେତ୍ରକୁ ଅଧିକ କି୍ରୟାଶୀଳ କରିବା ଲକ୍ଷ୍ୟରେ ଉକ୍ତ ବିଭାକୁ ମୋ ସରକାର କାର୍ଯ୍ୟକ୍ରମ ପରିସରଭୁକ୍ତ କରାଯାଇଛି । ସରକାର ଏଣିକି ସିଧାସଳଖ ଲୋକଙ୍କ ପାଇଁକୁ ଯାଇ ସେମାନଙ୍କ ମତାମତ ଆଧାରରେ ବିକାଶ କାର୍ଯ୍ୟ ହାତକୁ ନେବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସିଧାସଳଖ ଚାଷୀଙ୍କ କଥା ପଚାରି ବୁଝିବେ ବୋଲି କହିଛନ୍ତି ।
ଏହି ଅବସରରେ ଗୁରୁବାର ଲୋକସେବା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ୧୯୯୯ ମସିହାର ମହାବାତ୍ୟା ସମୟରେ ରିଲିଫ ଯୋଗାଣ ପାଇଁ ଓଡ଼ିଶାକୁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଥିଲା । କିନ୍ତୁ ବର୍ତ୍ତମାନ ସ୍ଥିତିରେ ବ୍ୟାପକ ପରିବର୍ତ୍ତନ ଆସିଛି ଏବଂ ଓଡ଼ିଶା ଆଜି ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଶସ୍ୟ ଯୋଗାଣରେ ସାରା ଦେଶରେ ତୃତୀୟ ସ୍ଥାନ ରହିଛି । ଏହାର ଶ୍ରେୟ ହେଉଛି ଆମ ଚାଷୀଭାଇମାନଙ୍କୀ । ସେହିପରି ଓଡ଼ିଶାକୁ ୫ ଥର କୃଷି କର୍ମଣ ପୁରସ୍କାର ମିଳିବାର ଶ୍ରେୟ ମଧ୍ୟ ଚାଷୀଭାଇଙ୍କର । ଚାଷୀଙ୍କ କାର୍ଯ୍ୟ ଆମକୁ ସବୁବେଳେ ଗର୍ବିତ କରିଛି । ଏ ଦୃଷ୍ଟିରୁ ଚାଷ ଓ ଚାଷୀଙ୍କ ଉପରେ ସରକାର ବି ଶେଷ ଗୁରୁତ୍ୱ ଦେଇ ଆସୁଛନ୍ତି । ଶ୍ରୀ ପଟ୍ଟନାୟକ କହିଥିଲେ ଯେ ମୋ ସରକାରରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ସାମିଲ ହେବା ଆମ ଚାଷୀ ଭାଇଙ୍କର ସଶକ୍ତରକରଣ ଏକ ବିଳଷ୍ଠ ପଦକ୍ଷେପ । କୃଷି ବିଭାଗର ପ୍ରକୃତ ମାଲିକ ହେଉଛନ୍ତି ଚାଷୀ । ସେମାନଙ୍କ ଉନ୍ନତି ପାଇଁ କୃଷି ବିଭାଗ କର୍ମଚାରୀ ଓ ଅଧିକାରୀମାନେ ନିଷ୍ଠାର ସହ କାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
କୃଷି ବିଭାଗର ପ୍ରମୁଖ ସଚିବ ସୌରଭ ଗର୍ଗ ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ ବିଭାଗରେ ମୋ ସରକାରର ପ୍ରୟୋଗ ସମ୍ପର୍କରେ ଆଲୋକପାତ କରିଥିଲେ । ୫-ଟି ସଚିବ ଭିକେ ପାଣ୍ଡିଆନ ମୋ ସରକାର କାର୍ଯ୍ୟକ୍ରମ ସମ୍ପର୍କରେ କୃଷି ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ବିସ୍ତୃତ ଭାବରେ ବୁଝାଇଥିଲେ ।
ଏହି କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ସଚିବ ଅରୁଣ ସାହୁ, ବିଭାଗୀୟ ଉପଦେଷ୍ଟା, ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ପଦାଧିକାରୀ ଏବଂ ଭିଡିଓ କନଫରେନ୍ସରେ ୩୦ଟି ଜିଲ୍ଲାର ଜିଲ୍ଲାପାଳ ଓ କୃଷି ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ ।