ଦିଲ୍ଲୀରେ ବାଣ ବ୍ୟାନ୍ ।
ଏଥର ଦୀପାବଳିରେ ବାଣ ଫୁଟାଇ ପାରିବେ ନାହିଁ ଦିଲ୍ଲୀବାସୀ । ଏପରିକି ଗ୍ରୀନ୍ କ୍ରାକର ବା ସବୁଜ ବାଣ ବି ଫୁଟାଇ ପାରିବେ ନାହିଁ । ବିଗତ କିଛି ବର୍ଷ ହେବ ଲଗାତାର ଦିଲ୍ଲୀରେ ବାୟୁ ପ୍ରଦୂଷଣ ଅତି ଭୟଙ୍କର ହେଉଥିବାରୁ ସୁପ୍ରିମ୍ କୋର୍ଟ କଡା ଆଭିମୁଖ୍ୟ ଗ୍ରହଣ କରୁଛନ୍ତି । ବିଶେଷ କରି ଦୀପାବଳି ପରେ ଏହି ପ୍ରଦୂଷଣ ତୀବ୍ରତର ହେଉଛି ।
ସୁପ୍ରିମ୍ କୋର୍ଟ କହିଛନ୍ତି ଦିଲ୍ଲୀରେ କେହି ବାଣ ତିଆରି କରି ପାରିବେ ନାହିଁ କି ଏହାକୁ ବିକ୍ରି କରିପାରିବେ ନାହିଁ । ଏପରିକି ବାହାର ରାଜ୍ୟର ବାଣ ଆଣି ଦିଲ୍ଲୀରେ ବି ଫୁଟାଇ ପାରିବେ ନାହିଁ ଦିଲ୍ଲୀବାସୀ । ଦିଲ୍ଲୀର ପରିବେଶ ମନ୍ତ୍ରୀ ଶ୍ରୀ ଗୋପାଲ ରାୟ ସୂଚନା ଦେଇ କହିଛନ୍ତି ଆସନ୍ତା ଜାନୁଆରୀ ଏକ ତାରିଖ ଯାଏଁ କେହି ବାଣ ବ୍ୟାନ୍ । ଅନ୍ ଲାଇନରୁ ବି ବାଣ ଅର୍ଡର କରିହେବ ନାହିଁ । ଶୀତ ଦିନେ ପାଗ ଶୁଷ୍କ ରହୁଥିବାରୁ ବାୟୁ ପ୍ରଦୂଷଣ ଅଧିକ ହୁଏ ।
ମନ୍ତ୍ରୀ କହିଛନ୍ତି ଦିଲ୍ଲୀବାସୀ ଘରେ ଲାଇଟ୍ ଲଗାଇ, ଫୁଲ ସଜାଇ, ଦୀପ ଜାଳି, ମିଠା ବାଣ୍ଟି ଦୀପାବଳି ପାଳନ କରନ୍ତୁ । ଆମକୁ କେବଳ ପର୍ବ ପାଳନ କରିବାକୁ ହେବ ନାହିଁ, ପରିବେଶ ପ୍ରତି ବି ଧ୍ୟାନ ଦେବାକୁ ହେବ । ଏହି ନିର୍ଦ୍ଦେଶକୁ ଯାଂଚ କରିବେ ଦିଲ୍ଲୀ ପୋଲିସ, ପ୍ରଦୂଷଣ ବିଭାଗ ଓ ରାଜସ୍ୱ ବିଭାଗ ।
ଏହାକୁ ପାଳନ କରିବାକୁ ସେ ଦିଲ୍ଲୀବାସୀଙ୍କୁ ଅନୁରୋଧ କରିଛନ୍ତି । ନିର୍ଦ୍ଦେଶକୁ ୨୦୨୫ ଜାନୁଆରୀ ୧ ତାରିଖ ଯାଏଁ ବଳ ବତ୍ତର ରହିବ ।