ବିଜେପି ୩୦୦ରୁ ଅଧିକ ଆସନ ପାଇବ : ମୋଦି

ବିଜେପି ୩୦୦ରୁ ଅଧିକ ଆସନ ପାଇବ : ମୋଦି

ବିଜେପି ୩୦୦ରୁ ଅଧିକ ଆସନ ପାଇବ : ମୋଦି
କୋଲକାତା : ସପ୍ତାହକ ପରେ ପ୍ରକାଶ ପାଇବ ସାଧାରଣ ନିର୍ବାଚନ ଫଳାଫଳ । ସମ୍ପ୍ରତି ବିଭିନ୍ନ ମହଲରେ ହେଉଥିବା ଅବଗଣନା ଅନୁଯାୟୀ କୌଣସି ଦଳକୁ ସରକାର ଗଢ଼ିବା ପାଇଁ ବହୁମତ ମିଳିବ ନାହିଁ । ଫଳରେ ମେଂଟ ପାଇଁ ଏବେ ଅଙ୍କ କଷା ଚାଲିଛି । ଉଭୟ ଉପା ଓ ଏନଡ଼ିଏ ଉଦ୍ୟମ ଜାରି ରଖିଥିବାବେଳେ ଅନ୍ୟ ଆଂଚଳିକ ଦଳ ମଧ୍ୟ ନିଜ ନିଜ ବାଟରେ ରଣନୀତି କରୁଛନ୍ତି । ତେବେ ଏଭଳି ସ୍ଥିତି ଲାଗି ରହିଥିବାବେଳେ ବିଜେପି ୩୦୦ରୁ ଅଧିକ ଆସନ ଜିତିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଶା ପ୍ରକାଶ କରିଛନ୍ତି । ପଶ୍ଚିମବଙ୍ଗର ବସିରହାଟରେ ଅନୁଷ୍ଠିତ ଏକ ସଭାରେ ମୋଦି କହିଛନ୍ତିଯେ, ଏଥର ସାଧାରଣ ନିର୍ବାଚନରେ ବିଜେପି ବହୁମତ ପାଇବ ବୋଲି ଅନେକ ସର୍ଭେ ରିପୋର୍ଟ କହୁଛି । କିନ୍ତୁ ଦିଦିଙ୍କ ହତାଶା ଏବଂ ରାଜ୍ୟବାସୀଙ୍କ ସମର୍ଥନ ଦେଖି ଲାଗୁଛି ବିଜେପିକୁ ୩୦୦ରୁ ଅଧିକ ଆସନରେ ଜିତାଇବା ପାଇଁ ପଶ୍ଚିମବଙ୍ଗ ବେଶ ସହାୟକ ହେବ । ସେହିପରି ମମତାଙ୍କୁ କଟାକ୍ଷ କରି ମୋଦି କହିଛନ୍ତିଯେ, ମମତା ଦିଦି ଜଣେ ଭଲ ଚିତ୍ରକର । ସେ ମୋର ଏକ ବହୁତ ଖରାପ ଚିତ୍ର ଅଙ୍କନ କରନ୍ତୁ । ମୁଁ ମେ’୨୩ରେ ଯେତେବେଳେ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବି, ସେ ମୋତେ ଏହି ଚିତ୍ର ଉପହାର ଭାବେ ପ୍ରଦାନ କରିବେ । ମୁଁ ଏହାକୁ ସାଦରେ ଗ୍ରହଣ କରିବି । ଏହାପରେ ମୁଁ ତାଙ୍କ ବିରୋଧରେ କୌଣସି ଏଫଆଇଆର କରିବି ନାହିଁ ବୋଲି ମୋଦି କହିଛନ୍ତି ।