ଥିଲେ ଫଟୋଗ୍ରାଫର, ହେଲେ ମୁଖ୍ୟମନ୍ତ୍ରୀ

ଥିଲେ ଫଟୋଗ୍ରାଫର, ହେଲେ ମୁଖ୍ୟମନ୍ତ୍ରୀ

ଥିଲେ ଫଟୋଗ୍ରାଫର, ହେଲେ ମୁଖ୍ୟମନ୍ତ୍ରୀ
ଏବେ ଉଦ୍ଧବ ଠାକରେଙ୍କୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ଚାଲିଛି । ମହାରାଷ୍ଟ୍ରର ଶେର ବାଲା ସାହେବ ଠାକରେଙ୍କ ପୁଅ ଭାବେ ଉଦ୍ଧବ ବେଶ ପରିଚିତ ଥିଲେ । କିନ୍ତୁ ଏବେ ସେ ନିଜର ସ୍ୱକୀୟ ପରିଚୟ ସୃଷ୍ଟି କରିବାରେ ସମର୍ଥ ହୋଇଛନ୍ତି । ହେଲେ ରାଜନୀତିରେ ପ୍ରବେଶ ପୂର୍ବରୁ ଉଦ୍ଧବଯେ, ଜଣେ ଫଟୋ ସାମ୍ବାଦିକ ଥିଲେ ତାହା ହୁଏତ ଅନେକ ଜାଣିନଥିବେ । ବାଲ ଠାକରେ ଜଣେ କାର୍ଟୁନିଷ୍ଟ ଭାବେ ପରିଚିତ ଥିବାବେଳେ ଉଦ୍ଧବଙ୍କ ପରିଚୟ ଜଣେ ଫଟୋଗ୍ରାଫର ଭାବେ ରହିଥିଲା । ଶିବସେନାର ମୁଖପତ୍ର ସାମ୍ନା ପାଇଁ ସେ ଫଟୋଗ୍ରାଫି କରିବା ସହ ଲେଖାଲେଖି ବି କରୁଥିଲେ । ଅନେକ ପୁସ୍ତକ ଓ ମାଗାଜିନରେ ବି ତାଙ୍କର ଲେଖା ପ୍ରକାଶ ପାଇଛି । କିନ୍ତୁ ୨୦୦୩ରେ ସେ ପ୍ରଥମ ଥର ପାଇଁ ରାଜନୀତିକ ପୃଷ୍ଠଭୂମିକୁ ଆସିଥିଲେ । ଯେଉଁଥିପାଇଁ ଠାକରେ ପରିବାରରେ ଫାଟ ମଧ୍ୟ ସୃଷ୍ଟି ହୋଇଥିଲା । ପରେପରେ ରାଜନୀତିରେ ଉଦ୍ଧବ ବେଶ ସକ୍ରିୟ ହୋଇପଡ଼ିଥିଲେ । ନିଜ ସମ୍ପର୍କୀୟ ଭାଇ ରାଜ ଠାକରେଙ୍କ ବିଦ୍ରୋହ ସତ୍ୱେ ସେ ଶିବସେନାକୁ ବଳିଷ୍ଠ କରିପାରିଥିଲେ । ଠାକରେ ପରିବାରର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଉଦ୍ଧବ ମହାରାଷ୍ଟ୍ରକୁ କେତେ ଆଗକୁ ନେଉଛନ୍ତି ତାହା ଉପରେ ଏବେ ସଭିଙ୍କ ନିଘା ରହିଛି ।