ବାଡ଼ି ଶାଗ ହେଲା କାଳ !

ବାଡ଼ି ଶାଗ ହେଲା କାଳ !

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ବ୍ଲକ ଦର୍ଜି ପଞ୍ଚାୟତ ସାଲେଇପାଲି ଗାଁରେ  ବାଡ଼ି ଶାଗ ଖାଇ ମାଆ ଓ ମାମୁଁ ଗୁରୁତର ହୋଇଥିବା ବେଳେ ଝିଅର ମୃତ୍ୟୁ ହୋଇଛି। ଏହି ଗ୍ରାମର ଶୁକୁ ବଦ୍ରା, ମାନତା ମୁଣ୍ଡା ଓ ୧୯ ବର୍ଷର ଝିଅ ଅନୁ ବଦ୍ରା ବାଡ଼ିରେ ଥିବା ଶାଗକୁ ଆଣି ଗତ ଶନିବାର ଦିନ ରାତିରେ ଖାଇଥିଲେ। ଖାଇ ସାରିବାର କିଛି ସମୟ ପରେ ଜଣକ ପରେ ଜଣଙ୍କର ପେଟବଥା ଓ ଝାଡ଼ାବାନ୍ତି ଆରମ୍ଭ ହୋଇଥିଲା। ଅତ୍ୟଧିକ ହେବାରୁ ୩ ଜଣଙ୍କୁ ଲହୁଣିପଡ଼ା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।

ସେମାନଙ୍କ ମଧ୍ୟରୁ ଝିଅ ଅନୁ ବଦ୍ରା ଗୁରୁତର ହେବାରୁ ତାକୁ ରାଉରକେଲା ଆରଜିଏଚ୍‌କୁ ପଠାଯାଇ ଚିକିତ୍ସା ଚାଲିଥିବା ବେଳେ ବୁଧବାର ବିଳମ୍ବିତ ରାତିରେ ତାର ମୃତ୍ୟୁ ହୋଇଥିଲା। ଲହୁଣିପଡ଼ା ଡାକ୍ତରଖାନରେ ମୃତ ଝିଅର ମାମୁଁ ମାନତା ମୁଣ୍ଡା ଚିକିତ୍ସିତ ହେଉଛନ୍ତି।