ଆଜି ପ୍ରକାଶ ପାଇଲା ସିବିଏସ୍ଇ ରେଜଲ୍ଟ
ଭୁବନେଶ୍ୱର: ଅପେକ୍ଷାର ହେଲା ଅନ୍ତ । ସିବିଏସଇ ଦ୍ୱାଦଶ ରେଜଲ୍ଟ ପ୍ରକାଶ ପାଇଛି । ସିବିଏସ୍ଇ ବୋର୍ଡ ଅଧୀନରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ରେଜଲ୍ଟ ପ୍ରକାଶ ପାଇଛି । ଦିନ ୧୧ଟାରେ ରେଜଲ୍ଟ ନେଇ ସୂଚନା ମିଳିଛି । ଏନେଇ ସମସ୍ତ ସିବିଏସ୍ଇ ବିଦ୍ୟାଳୟକୁ ମେଲ୍ ଆସିଛି।
ଛାତ୍ରଛାତ୍ରୀମାନେ www.cbse.nic.in, www.cbseresult.nic.in ଏବଂ www.digilocker.gov.in ରେ ଲଗ୍ଇନ୍ କରି ରେଜଲ୍ଟ ଦେଖିପାରିବେ । ଛାତ୍ରଛାତ୍ରୀମାନେ ରୋଲ୍ ନମ୍ବର, ସ୍କୁଲ୍ ନମ୍ବର, ଜନ୍ମ ତାରିଖକୁ ବ୍ୟବହାର କରି ରେଜଲ୍ଟ ଦେଖିପାରିବେ । ଏହି ୱେବ୍ସାଇଟ୍ମାନଙ୍କରୁ ମାର୍କସିଟ୍ ମଧ୍ୟ ଡାଉନ୍ଲୋଡ୍ କରିପାରିବେ । ଚଳିତବର୍ଷ ଦେଶରେ ୩୮ଲକ୍ଷ୮୩ହଜାର ୭୧୦ଜଣ ଛାତ୍ରଛାତ୍ରୀ ଦଶମ ଓ ଦ୍ୱାଦଶ ସିବିଏସ୍ଇ ବୋର୍ଡ ପରୀକ୍ଷା ଦେଇଛନ୍ତି ।




admin 