କମିଶନଙ୍କ ସୁପାରିଶ କାର୍ଯ୍ୟକାରୀ ହେବ: ସୁରେଶ ମହାପାତ୍ର
କମିଶନଙ୍କ ସୁପାରିଶ କାର୍ଯ୍ୟକାରୀ ହେବ: ସୁରେଶ ମହାପାତ୍ର
admin
Aug 19, 2019 - 07:17
Updated: Aug 19, 2019 - 07:17
ଭୁବନେଶ୍ୱର: ବିପି ଦାସ କମିଶନଙ୍କ ସୁପାରିଶକୁ କାର୍ଯ୍ୟକାରୀ କରାଯିବ । ଏହା କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ସୁରେଶ ମହାପାତ୍ର । ଶ୍ରୀମନ୍ଦିର ଚାରିପାଖରୁ ଉଚ୍ଛେଦ ପ୍ରସଙ୍ଗରେ ଶ୍ରୀ ମହାପାତ୍ର ଏହା କହିଛନ୍ତି ।
ସେ କହିଛନ୍ତି ଯେ, ବିପି ଦାସ କମିଶନ ବିଭିନ୍ନ ସଂସ୍କାରମୂଳକ କାର୍ଯ୍ୟ ପାଇଁ ପରାମର୍ଶ ଦେଇଛନ୍ତି । ଭକ୍ତମାନଙ୍କ ସୁବିଧା ଓ ଶ୍ରୀମନ୍ଦିର ସୁରକ୍ଷା ପାଇଁ କମିଶନ ପରାମର୍ଶ ଦେଇଛନ୍ତି । ଭକ୍ତଙ୍କ ସୁବିଧା ଓ ଶ୍ରୀମନ୍ଦିରର ସୁରକ୍ଷା ପାଇଁ ଯାହା ଦରକାର ତାହା କରାଯିବ । କମିଶନଙ୍କ ସୁପାରିଶକୁ କାର୍ଯ୍ୟକାରୀ କରାଯିବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ସୁରେଶ ମହାପାତ୍ର କହିଛନ୍ତି ।
ପ୍ରକାଶ ଯେ, ଶ୍ରୀଜଗନ୍ନାଥ ମନ୍ଦିର ମେଘନାଦ ପ୍ରାଚୀର ନିକଟରେ ଥିବା କୋଠା ଗୁଡିକୁ ସୋମବାର ସକାଳୁ ଉଚ୍ଛେଦ କରାଯାଉଛି। ଜିଲା ପ୍ରଶାସନ ଏବଂ ପୁଲିସ ଉପସ୍ଥିତିରେ ମେଘନାଦ ପ୍ରାଚୀର ସଂଲଗ୍ନ ସରକାରୀ ଓ ଘରୋଇ କୋଠା ଗୁଡିକୁ ଭଙ୍ଗା ଯାଉଛି। ଜିଲ୍ଲାପାଳ ଏବଂ ଏସପି ଘଟଣାସ୍ଥଳରେ ଉପସ୍ଥିତ ରହି ଉଚ୍ଛେଦ କରୁଛନ୍ତି । ଆଇନ ଶୃଙ୍ଖଳା ପାଇଁ ୨୪ ପ୍ଲାଟୁନ ଫୋର୍ସ ଏବଂ ୮ଜଣ ମାଜିଷ୍ଟ୍ରେଟ ମୁତୟନ କରାଯାଇଛି।
ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନାକେନ୍ଦ୍ର, ସିଂହଦ୍ବାର ଫାଣ୍ଡି ଏବଂ ତାହାକୁ ଲାଗି ରହିଥିବା ୨ଟି ଘରୁ ରବିବାର ସମସ୍ତ ଜିନିଷପତ୍ର ସ୍ଥାନାନ୍ତରିତ କରାଯାଇଥିଲା ପ୍ରଥମ ପର୍ୟ୍ୟାୟରେ ସିଂହଦ୍ବାରଠାରୁ ଲକ୍ଷ୍ମୀବଜାର ମଧ୍ୟରେ ରହିଥିବା ୫ଟି କୋଠା ଭଙ୍ଗାଯିବା ପ୍ରସ୍ତାବ ରହିଛି। ଉଚ୍ଛେଦ ତାଲିକାରୁ ତିନୋଟି ପ୍ରାଚୀନ ମଠକୁ ବାଦ୍ ଦିଆଯାଇଛି।