ଗଞ୍ଜେଇ ଜବତ, ୩ ଇଞ୍ଜିନିୟରିଂ ଛାତ୍ର ଗିରଫ
ଗଞ୍ଜେଇ ଜବତ, ୩ ଇଞ୍ଜିନିୟରିଂ ଛାତ୍ର ଗିରଫ
admin
Apr 28, 2019 - 08:17
Updated: Apr 28, 2019 - 08:17
କଟକ : କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଟିମ୍ ଆଜି ଲିଙ୍କ୍ ରୋଡ୍ରେ ଏକ କାରରୁ ୩୨ କେଜି ଗଞ୍ଜେଇ ଜବତ କରିଛି। ଏହା ସହିତ ଗଞ୍ଜେଇ ଚାଲାଣ ଅଭିଯୋଗରେ ୩ ଜଣ ଇଞ୍ଜିନିୟରିଂ ଛାତ୍ରଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ- କନ୍ଧମାଳ ଜିଲ୍ଲାର ଆଶିଷ କୁମାର ଦିଗାଲ, ମନୋମାଲିଆ ଦିଗାଲ ଓ ରଞ୍ଜନ କୁମାର ଦିଗାଲ। ସେମାନେ ଭୁବନେଶ୍ୱରର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଛାତ୍ର ବୋଲି ଜଣାପଡ଼ିଛି। କନ୍ଧମାଳରୁ ବାଲେଶ୍ୱରକୁ ଏକ କାର୍ରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ କୌଣସି ସୂତ୍ରରୁ ସୂଚନା ପାଇବା ପରେ ଲିଙ୍କ୍ ରୋଡ୍ରେ ଆସି ଯାଞ୍ଚ କରିଥିଲା। ଦୁଇଟି ବସ୍ତାରେ ସେମାନେ ଗଞ୍ଜେଇ ଭର୍ତ୍ତି କରି ନେଇ ଯାଉଥିଲେ। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କା ହେବ। ଗିରଫ ଅଭିଯୁକ୍ତମାନେ ନିୟମିତ ଭାବେ ଗଞ୍ଜେଇ ଚାଲାଣ କରୁଥିଲେ ବୋଲି ଅବକାରୀ ବିଭାଗ ଜାଣିବାକୁ ପାଇଛି। ତେବେ ସେମାନେ କାହାଠୁ ଗଞ୍ଜେଇ ଆଣୁଥିଲେ, କାହାକୁ ବିକ୍ରି କରୁଥିଲେ ଓ ସେମାନଙ୍କ ସହ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି, ସେ ବିଷୟରେ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଅଧିକାରୀମାନେ ଖୋଳତାଡ଼ କରୁଛନ୍ତି।