ମଧ୍ୟ ଭୁବନେଶ୍ୱର ବିଧାନସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀଙ୍କ ପ୍ରଚାର

ମଧ୍ୟ ଭୁବନେଶ୍ୱର ବିଧାନସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀଙ୍କ ପ୍ରଚାର

ମଧ୍ୟ ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ଶ୍ରୀ ପ୍ରକାଶ ଜେନା ୟୁନିଟ-୮ ସ୍ଥିତ ଡିଏଭି ସ୍କୁଲ ସମ୍ମୁଖରୁ ପ୍ରଚାର ରାଲିରେ ପଦ ଯାତ୍ରା ଆରମ୍ଭ କରି ନୂଆସାହି, ବ୍ରିଟ କଲୋନୀ, ଦେବରାୟ କଲେଜ ଅଂଚଳ, ଗଡ଼ସାହି, ବେହେରାସାହି, ଗୋଲାପ ରିସୋର୍ଟ ଅଂଚଳ, କଳିଙ୍ଗ ଷ୍ଟାଡିୟମ ଅଂଚଳ ବୁଲି ଭୋଟରମାନଙ୍କୁ ଭୋଟ ଭିକ୍ଷା କରିଥିଲେ । ସାଧାରଣ ଜନତାଙ୍କୁ ସାକ୍ଷାତ କରି କଂଗ୍ରେସର ଗ୍ୟାରେଂଟି କାର୍ଡ ବାଂଟିଥିଲେ । ଶ୍ରୀ ଜେନାଙ୍କୁ ଏହି ଜନସମ୍ପର୍କ ଯାତ୍ରାରେ ସାଧାରଣ ଭୋଟରଙ୍କର ବିପୁଳ ସ୍ନେହ ଶ୍ରଦ୍ଧା ମିଳିଥିଲା । ଏହି କାର୍ଯ୍ୟକ୍ରମରେ ପ୍ରଶନ୍ନ ନାୟକ, ସୁରଜ ରାଉତ, ମୋହନ ଜେନା ଗାନ୍ଧୀ, ସୂର୍ଯ୍ୟକାନ୍ତ ଜେନା, ଅନୁୱର ଖାନ, ମାମିନା ବେହେରା, ରଞ୍ଜୟ କୁମାର ମହାରଣା, କୁଳମଣି ସାହୁ ଓ କୈଳାସ ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।