ବିଜେଡିର ‘ହକ୍‌ ମାଗୁଛି ଓଡ଼ିଶା’ ଅଭିଯାନ

ବିଜେଡିର ‘ହକ୍‌ ମାଗୁଛି ଓଡ଼ିଶା’ ଅଭିଯାନ

ବିଜେଡିର ‘ହକ୍‌ ମାଗୁଛି ଓଡ଼ିଶା’ ଅଭିଯାନ
ଆଜିଠାରୁ ବିଜେଡିର ହକ୍ ମାଗୁଛି ଓଡିଶା ଅଭିଯାନ ଆରମ୍ଭ ହୋଇଛି । ଓଡିଶା ପ୍ରତି କେନ୍ଦ୍ର ସରକାରର ପ୍ରତାରଣା, ଅବହେଳା, ବୈମାତୃକ ମନୋଭାବ ବିରୋଧରେ ରାସ୍ତାକୁ ଓହ୍ଲାଇଛି ଯୁବ ଓ ଛାତ୍ର ବିଜୁ ଜନତା ଦଳ । ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ଦାବି, ମହାନଦୀ, ଏମଏସ୍‌ପି, ରେଳବାଇ ପ୍ରସଙ୍ଗ ଉଠାଇବ ବିଜେଡି। ଏହି କାର୍ଯ୍ୟକ୍ରମ ଜରିଆରେ ବିଭିନ୍ନ ପ୍ରସଙ୍ଗ ନେଇ ପ୍ରତ୍ୟେକ ଗାଁରେ ସଭା କରିବ ଦଳ। ସେପଟେ ରବିବାର ବିଜେପିର ବିଜୟ ସଂକଳ୍ପ ଯାତ୍ରା ଆରମ୍ଭ କରିଛି। ଏହି କାର୍ଯ୍ୟକ୍ରମ ଜରିଆରେ ବିଜେପି ଗାଁ, ସହର ସବୁଠି ୫ ହଜାର ସଭା କରିବ ବୋଲି ଘୋଷଣା କରିଛି। ବିଜେପିକୁ ଟକ୍କର ଦେବା ପାଇଁ ବିଜେଡି କାର୍ଯ୍ୟକ୍ରମ ଆରମ୍ଭ କରିଛି।