ତ୍ୱଚା ସମସ୍ୟା ଦୂର କରିବ ଦହି

ଖରାଦିନେ ତ୍ୱଚା ସମସ୍ୟାକୁ ନେଇ ଝିଅମାନେ ଚିନ୍ତାରେ ରହିଥାନ୍ତି । ଏଥିମଧ୍ୟରୁ ସନଟୋନ ଏକ ମୁଖ୍ୟ ସମସ୍ୟା । ଏଥିଯୋଗୁ ତ୍ୱଚା କଳା ପଡିବା, ଜ୍ୱଳନ, ଦାଗ, ବ୍ରଣ ଆଦି ସମସ୍ୟା ଦେଖିବାକୁ ମିଳିଥାଏ । ତେଣୁ ସନ ଟୋନରୁ ରକ୍ଷା ପାଇବା ପାଇଁ ଘରୋଇ ଦହି ପ୍ୟାକ୍ ସବୁଠୁ ବେଷ୍ଟ । ଆସନ୍ତୁ ଜାଣିବା ଏହି ପ୍ୟାକ୍ ବିଷୟରେ ।
ସାଦା ଦହି ପ୍ୟାକ୍
ସନ୍ ଟୋନରୁ ରକ୍ଷା ପାଇବା ପାଇଁ ଏକ କାଚ ପାତ୍ରରେ ୨/୩ ଚାମଚ ମହୁ ନିଅନ୍ତୁ । ଏହାକୁ ଭଲ ଭାବରେ ମୁହଁରେ ୫ ମିନିଟ ମାଲିସ କରନ୍ତୁ । ୧୫ ମିନିଟ ପରେ ମୁହଁ ଧୋଇ ଦିଅନ୍ତୁ ।
ଦହି ଓ ମହୁ
ଏକ ବଡ ଚାମଚରେ ଦହି ଓ ଏଥିରେ ଅଧା ଚାମଚ ମହୁ ଓ ୧ ଚାମଚ ଅଟା ମିକ୍ସ କରନ୍ତୁ । ପ୍ରସ୍ତୁତ ପ୍ୟାକକୁ ମୁହଁରେ ଲଗାନ୍ତୁ । ୨୦ ମିନିଟ ପରେ ମୁହଁ ଧୋଇ ଦିଅନ୍ତୁ । ମୁହଁରୁ ସନଟୋନ୍ ଗୋଟିଏ ଦିନରେ ଗାୟବ ହୋଇଯିବ ।
ଆଳୁ ଓ ଦହି
ଗୋଟିଏ ଆଳୁ ବାଟି ଏହାର ରସ ବାହାର କରନ୍ତୁ । ଏହା ଏକ ଛୋଟ ତାଟିଆରେ ୨ ଚାମଚ ଦହି ସହିତ ଆଳୁ ରସ ମିକ୍ସ କରନ୍ତୁ । ଏହି ପ୍ୟାକକୁ ମୁହଁରେ ୧୫ ମିନିଟ ଲଗାନ୍ତୁ । ସନଟୋନ୍ ଦୂର ହେବା ସହିତ ମୁହଁ ଗ୍ଲୋ କରିବ ।