ଗର୍ଭବତୀଙ୍କ ଲାଗି ହେଲଦି ଡ୍ରିଙ୍କସ୍

ଗର୍ଭାବସ୍ଥାରେ ସୁସ୍ଥ ରହିବା ପାଇଁ ଡାକ୍ତର ହେଲଦୀ ଫୁଡ୍ ଖାଇବାକୁ ପରାମର୍ଶ ଦେଇଥାନ୍ତି । କାହିଁକିନା ଏହି ସମୟରେ ମା' ପିଲା ଉଭୟ ସୁସ୍ଥ ରହିବା ଆବଶ୍ୟକ ରହିଥାଏ । ହେଲେ ପ୍ରାୟଗର୍ଭବତୀଙ୍କ ଖାଦ୍ୟ ଖାଇଲେ ବାନ୍ତି ଓ ଅଇ ଆସିବା ଭଳି ଅବସ୍ଥା ସୃଷ୍ଟି ହେଉଥିବାରୁ ଖାଦ୍ୟ ପ୍ରତି ଅରୁଚି ଆସିଥାଏ । ତେଣୁ ଏହି ସମୟରେ ଶରୀରକୁ ହାଇଡ୍ରେଟ୍ ରଖିବା ପାଇଁ କିଛି ହେଲଦୀ ଡ୍ରିଙ୍କୁ ଲାଗି ଡାକ୍ତର ପରାମର୍ଶ ଦିଅନ୍ତି । ଡ୍ରିଙ୍କସ୍ ପିଇବା ଦ୍ୱାରା ବାନ୍ତି କମିବା ସହିତ ଶରୀର ହାଇଡ୍ରେଟ୍ ରହିଥାଏ ଏବଂ ଗର୍ଭବତୀ ସୁସ୍ଥତା ଅନୁଭବ କରିଥାନ୍ତି । ଆସନ୍ତୁ ଜାଣିବା କିଛି ହେଲଦୀ ଡ୍ରିଙ୍କସ୍ ବିଷୟରେ ।
କ୍ଷୀର
କ୍ଷୀରରେ ପ୍ରଚୁର ପରିମାଣର କ୍ୟାଲସିୟମ୍ ଭିଟାମିନ୍ ବି-୧୨ ଓ ପ୍ରୋଟିନ୍ ରହିଛି । ଏହା ଗର୍ଭବତୀ ମା' ପିଇବା ଦ୍ୱାରା ମା' ସୁସ୍ଥ ରହିବା ସହିତ ଭ୍ରୂଣର ସଠିକ୍ ଭାବେ ବିକଶିତ ହୋଇଥାଏ ।
ଭେଜିଟେବଲ ଜୁସ୍
ଏହି ସମୟରେ ପୋଷକ ତତ୍ତ୍ୱ ପାଇବା ପାଇଁ ଗର୍ଭବତୀ ଭେଜିଟେବଲ ଜୁସ୍ ମଧ୍ୟ ପିଇ ପାରିବେ । ଏଥିରେ ଉଚ୍ଚ ମାତ୍ରାରେ ଆବଶ୍ୟକ ପୋଷକ ତତ୍ତ୍ୱ ରହିଛି ଓ ପ୍ରଚୁର ମାତ୍ରାରେ ଫାଇଭର ମଧ୍ୟ ମିଳିଥାଏ । ଫଳରେ ଫୋଲିକ୍ ଏସିଡ୍ ରହିଥିବାରୁ ଶିଶୁ ଲାଗି ନ୍ୟୁରଲ ଟ୍ୟୁବ୍ ଡିଫେକ୍ଟ ରକ୍ଷା କରିଦେବ ।
ପଇଡ ପାଣି
ଗର୍ଭାବସ୍ଥାରେ ପଇଡ ପାଣି ପ୍ରତିଦିନ ଡାଏଟରେ ସାମିଲ କରିବା ଉଚିତ । ଏଥିରେ ଇଲେକ୍ଟ୍ରୋଲାଇଟ୍ସ ଓ ମିନେରାଲ ପ୍ରଚୁର ମାତ୍ରାରେ ରହିଥାଏ । ଏହା ଶିଶୁର ବିକାଶରେ ସହାୟତା ପ୍ରଦାନ କରିବ ।
ସ୍ମୁଦି
ଏହି ସମୟରେ ସ୍ମୁଦିି ମହିଳାଙ୍କ ପାଇଁ ବେଷ୍ଟ ଜଳଖିଆ । ଏଥିରେ ଭିଟାମିନ୍, ମିନେରାଲ୍ସ ଓ ପ୍ରୋଟିନ୍ ପ୍ରଚୁର ମାତ୍ରାରେ ରହିଥାଏ । ଏଥିପାଇଁ ଆପଣ କଦଳୀ, ଷ୍ଟ୍ରବେରୀ, କିୱି, ସେଓ ଆଦି ସ୍ମୁଦିି ପ୍ରସ୍ତୁତ କରି ପିଅନ୍ତୁ ଉଭୟ ପିଲା ଓ ମା' ସୁସ୍ଥ ଓ ସ୍ମୃତି ରହିବେ ।
ଦହି ସର୍ବତ
ଦହିରେ କ୍ୟାଲସିୟମ୍ ପ୍ରଚୁର ମାତ୍ରାରେ ରହିଛି । ଖରାଦିନେ ହାଇଡ୍ରେଟ୍ ରହିବା ପାଇଁ ଦହି ପିଅନ୍ତୁ । ଏହାଦ୍ୱାରା ପ୍ରେଗନାନ୍ସି ସମୟରେ ହେଉଥିବା ଗ୍ୟାସରୁ ମୁକ୍ତି ମିଳିଥାଏ ।