‘ସୁପର-୩୦’ ର ହଲିଉଡ଼ ରିମେକ୍‍

‘ସୁପର-୩୦’ ର ହଲିଉଡ଼ ରିମେକ୍‍

‘ସୁପର-୩୦’ ର ହଲିଉଡ଼ ରିମେକ୍‍
ଚଳିତ ବର୍ଷ ହି୍ରତିକ ରୋଶନଙ୍କ ନିମନ୍ତେ ଶୁଭ ସାବ୍ୟସ୍ତ ହୋଇଛି ବୋଲି ସିନେସମୀକ୍ଷକଙ୍କ ମତ । ତାଙ୍କ ଅଭିନୀତ ଦୁଇଟି ଚଳଚ୍ଚିତ୍ର ‘ସୁପର -୩୦’ ଓ ‘ୱାର’ ହିଟ୍‍ ହେବା ପରେ ହି୍ରତିକ ପୁନର୍ବାର ନିଜ ସ୍ଥିତିକୁ ବଲିଉଡ଼ରେ ସୁରକ୍ଷିତ କରିପାରିଛନ୍ତି । ସତ୍ୟ ଘଟଣା ଉପରେ ଆଧାରି ‘ସୁପର-୩୦’ ପ୍ରଥମ ଚଳଚ୍ଚିତ୍ର ହେବାକୁ ଯାଉଛି, ଯାହାର ରିମେକ ହଲିଉଡରେ ହେବ ବୋଲି ସ୍ପଷ୍ଟ ହୋଇଛି । ବିହାରର ଜନୈକ ଶିକ୍ଷକ ଆନନ୍ଦ ହିଁ ଏହି କାହାଣୀରେ ମୁଖ୍ୟ ଚରିତ୍ର । ମିଳିଥିବା ଖବର ଅନୁସାରେ ଚଳଚ୍ଚିତ୍ରର ଲେଖକ ସଞ୍ଜୀବ ଦତ୍ତ ଏବେ ଇଂରାଜୀରେ କାହାଣୀ ଲେଖା ଆରମ୍ଭ କରିଦେଇଛନ୍ତି । ଯଦିଓ ହି୍ରତିକ ରୋଶନ ଅଭିନୟ କରିବେ କିମ୍ବା ନାହିଁ ସ୍ପଷ୍ଟ ହୋଇନାହିଁ । କିନ୍ତୁ ଜଣେ ଭାରତୀୟ କଳାକାର ହିଁ ଅଭିନୟ କରିବେ ବୋଲି ହଲିଉଡ଼ ପ୍ରଯୋଜକ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷେ ଖୁବ ଶୀଘ୍ର ‘ସୁପର-୩୦’ ଚୀନରେ ମୁକ୍ତିଲାଭ କରିବ, ଏବେ ଏହା ଡବିଂ କାର୍ଯ୍ୟକ୍ର ଚାଲିଥିବାର ପ୍ରକାଶ । ହି୍ରତିକ ଏ ବାବଦରେ କହିଛନ୍ତି, ହଲିଉଡ ରିମେକରେ ସେ ଅଭିନୟ ନ କେଲ ମଧ୍ୟ ତାଙ୍କର ଅବସୋସ ନାହିଁ । କାରଣ ହଲିଉଡ଼ ପ୍ରଯୋଜକ ଓ ନିଦେ୍ର୍ଧଶକ ତାଙ୍କ ଅଭିନୟକୁ ଅନୁକରଣ କରି ହିଁ ଚଳଚ୍ଚିତ୍ର ନିର୍ମାଣ କରିବେ, ଏହା ହିଁ ତାଙ୍କ ପାଇଁ ଖୁସିର କଥା ।