ସେଓ ଖାଆନ୍ତୁ ସୁସ୍ଥ ରୁହନ୍ତୁ ...

ସେଓ ଖାଆନ୍ତୁ ସୁସ୍ଥ ରୁହନ୍ତୁ ...

ସେଓ ଖାଆନ୍ତୁ ସୁସ୍ଥ ରୁହନ୍ତୁ ...
ସେଓ ରେ ଥିବା ପୋଷକତତ୍ତ୍ୱ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ରକ୍ତ ସଞ୍ଚାଳନ ମଧ୍ୟ ଭଲ ଭାବେ ହୋଇଥାଏ । ଏହି ଫଳରେ ଥିବା ପଲିଫିନୋଲ ଓ ହାଇ ଫାଇବାର କାରଣରୁ ଓଜନ ନିୟନ୍ତ୍ରଣରେ ରହେ । ଦୈନିକ ୨ଟି ସେଓ ଖାଇବା ସ୍ୱାସ୍ଥ୍ୟ ପାଇଁ ଭଲ । କାନାଡାର ଗବେଷକ ଦଳ ୫୦ ଜଣ ଲୋକଙ୍କୁ ସାମିଲ କରି ୮ ସପ୍ତାହ ଗବେଷଣା କରିଥିଲେ । ନିୟମିତ ସେମାନଙ୍କୁ ୨ଟି ସେଓ ଖାଇବା ନିମନ୍ତେ ପରାମର୍ଶ ଦିଆଯାଇଥିଲା । ତେବେ ବିଶେଷଜ୍ଞ ଦଳ ପ୍ରଥମରୁ ମଧୁମେହ ରୋଗୀଙ୍କୁ ଏଥିରେ ସାମିଲ କରିନଥିଲେ । ୮ ସପ୍ତାହ ପରେ ସେମାନଙ୍କ କୋଲେଷ୍ଟରଲ ସ୍ତର କମ୍‍ ଥିବାରୁ ପରୀକ୍ଷାରୁ ଜଣାପଡ଼ିଥିଲା । ସେଓରେ ଥିବା ପେକ୍ଟିନ ତତ୍ତ୍ୱ କାରଣରୁ ଆମ ହଜମ ପ୍ରକି୍ର୍ରୟା ମଧ୍ୟ ଭଲ ହେଉଥିବାର ବିଶେଷଜ୍ଞଙ୍କ ମତ ।