ସାବଧାନ, ସାଇବର ଠକେଇ ଠାରୁ ଏପରି ବଞ୍ଚନ୍ତୁ
କୌଣସି ଅଜଣା ଫୋନ୍, ମେସେଜ୍ ବା ମେଲ୍ରେ ଯଦି ଆମେ ହଠାତ୍ କୌଣସି ପୁରସ୍କାର ଜିଣିବାର ଖବର ପାଉ, ତେବେ ଆମେ ହଠାତ୍ କୌତୂହଳୀ ହୋଇପଡୁ। ବିଶ୍ବାସଯୋଗ୍ୟ ଲାଗିବା ପାଇଁ କେତେବେଳେ ସେ ମେସେଜରେ ସରକାରୀ ଦପ୍ତରର ନାମ ଥାଏ ତ କେତେବେଳେ ରିଜର୍ଭ ବ୍ୟାଙ୍କ, ଏପରିକି ବିଦେଶୀ ତଥା ଆନ୍ତର୍ଜାତିକ ସଂସ୍ଥାର ନାମ ମଧ୍ୟ ଥାଏ। ସେଥିରେ ଆମ ବ୍ୟାଙ୍କ ଖାତାର ସବିଶେଷ ସୂଚନା, ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ ଆଇଡି, ପାସୱାର୍ଡ, ଡେବିଟ କାର୍ଡ ନମ୍ବର, ପିନ୍ ଆଦି ମଧ୍ୟ ଅତି ଚତୁରତାର ସହ ମଗାଯାଇଥାଏ। ସବୁକୁ ବିଶ୍ବାସ କରି ଆମେ ଲୁଟେରାଙ୍କ ବିଷବଳୟ ଭିତରକୁ ଟାଣି ହୋଇଯାଉ।
ସରକାର, ରିଜର୍ଭ ବ୍ୟାଙ୍କ ବା କୌଣସି ବ୍ୟାଙ୍କ ଏଭଳି ଅର୍ଥଲାଭର ସୂଚନା ଫୋନ୍ ବା ମେସେଜ ମାଧ୍ୟମରେ ଦିଅନ୍ତି ନାହିଁ।
ଭବିଷ୍ୟତରେ ପଇସା ମିଳିବା ନାମରେ କୌଣସି ପ୍ରାରମ୍ଭିକ ଡିପୋଜିଟ୍, କମିଶନ ବା ଟ୍ରାନ୍ସଫର ଫି କୌଣସି ଆକାଉଣ୍ଟକୁ ପଠାନ୍ତୁ ନାହିଁ।
ରିଜର୍ଭ ବ୍ୟାଙ୍କ ସାଧାରଣ ଜମାକାରୀଙ୍କ ଖାତା ଖୋଲନ୍ତି ନାହିଁ ବା କୌଣସି ଡେବିଟ/କ୍ରେଡିଟ କାର୍ଡ ଦିଅନ୍ତି ନାହିଁ।
ମେସେଜ ବା ଇମେଲ୍ରେ ଆସିଥିବା ଅଜଣା ଲିଙ୍କ୍ ଖୋଲି ସେଥିରେ ନିଜର ବ୍ୟାଙ୍କ ଖାତାର ସୂଚନା କେବେ ବି ଦିଅନ୍ତୁ ନାହିଁ।
ଆପଣଙ୍କୁ ଲୋଭନୀୟ ମେଲ୍ ପଠାଇଥିବା ବ୍ୟକ୍ତି ବା ଅନୁଷ୍ଠାନର ଆଇଡି ଦେଖନ୍ତୁ। ସେଥିରେ ବନାନ ତ୍ରୁଟି ଥିଲେ ଠକେଇର ଆଶଙ୍କା ରହିଛି।
କୌଣସି ଦେଶୀ ବା ବିଦେଶୀ ସଂସ୍ଥା ନାମରେ ଯଦି ଆପଣଙ୍କୁ ଅପ୍ରତ୍ୟାଶିତ ଅର୍ଥଲାଭର ଲୋଭ ଦିଆଯାଉଛି, ତାହା ସାଇବର ଜାଲିଆତି ହୋଇପାରେ। ଏ ସମ୍ପର୍କରେ sachet@rbi.org.in ରେ ତୁରନ୍ତ ସୂଚନା ଦିଅନ୍ତୁ।




admin 