କରୋନାକୁ ନିଷ୍କ୍ରିୟ କରିବ ଆୟୋଡିନ !

କରୋନାକୁ ନିଷ୍କ୍ରିୟ କରିବ ଆୟୋଡିନ !

କରୋନାକୁ ନିଷ୍କ୍ରିୟ କରିବ ଆୟୋଡିନ !
କରୋନା ଭାଇରସକୁ ହରାଇବା ପାଇଁ କିଛି ଦେଶରେ ସାମାଜିକ ଦୂରତା ଓ ଅନ୍ୟ ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯାଉଛି । ଭାରତରେ ଏହା ଏବେ ନିୟନ୍ତ୍ରଣ ବାହାରେ । ଏଠାରେ ଲୋକମାନେ ସାମାଜିକ ଦୂରତା ଓ ମାସ୍କ ବ୍ୟବହାରକୁ ଗମ୍ଭିରତା ସହିତ ନେଉନାହାନ୍ତି । ଫଳରେ ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । କରୋନା କବଳରୁ ମୁକ୍ତି ପାଇବା ପାଇଁ ଭିନ୍ନ ଭିନ୍ନ ଉପାୟ ଖୋଜା ଚାଲିଛି । ନୂଆ ନୂଆ ରିସର୍ଚ ମଧ୍ୟ ଜାରି ରହିଛି । ଏବେ ଏକ ଅଧ୍ୟୟନ ଜଣାପଡ଼ିଛି ଆୟୋଡିନ କରୋନା ସଂକ୍ରମଣ କମ କରିବାରେ ସହାୟକ ହେବ । ୟୁନିଭରସିଟି ଅଫ କନେକ୍ଟିକଟ ସ୍କୁଲ ଅଫ ମେଡିସିନର ଅଧ୍ୟୟନକର୍ତ୍ତାଙ୍କ ଦ୍ୱାରା କରାଯାଇଥିବା ଅଧ୍ୟୟନରେ ଏହା ପ୍ରକାଶ ପାଇଛି । କରୋନା ଭାଇସର ସଂକ୍ରମଣକୁ କମ କରିବାରେ ଆୟୋଡିନ ସହାୟକ ହେବ । ଏହି ଅଧ୍ୟୟନ ପାଇଁ ଅଧ୍ୟୟନକର୍ତ୍ତା ଅଲଗା ଅଲଗା ପରିମଣାର ଆୟୋଡିନ ନେଇଥିଲେ । ତାହା ଉପରେ ଭାଇରସର ପ୍ରକ୍ରିୟାକୁ ଅଧ୍ୟୟନ କରିଥିଲେ । ଅଧ୍ୟୟନକର୍ତ୍ତା ୦.୫ ପ୍ରତିଶତ, ୧.୨୫ ପ୍ରତିଶତ ଓ ୨.୫ ପ୍ରତିଶତ ଆୟୋଡିନ ନେଇଥିଲେ । ତେବେ ଏହି ଅଧ୍ୟୟନ ଜଣାପଡ଼ିଛି କି ୦.୫ ପ୍ରତିଶତ ସହିତ ସମସ୍ତ ୩ ପ୍ରକାର ପ୍ରତିଶତ ଆୟୋଡିନ କରୋନା ଭାଇରସକୁ ନିଷ୍କ୍ରିୟ କରିପାରିବ । ଅଧ୍ୟୟନକର୍ତ୍ତାଙ୍କ କହିବା ଅନୁସାରେ ୧୫ ସେକେଣ୍ଡ ଭିତରେ ୦.୫ ପ୍ରତିଶତ ଆୟୋଡିନ ଭାଇରସକୁ ନିଷ୍କି୍ରୟ କରିବାରେ ସହାୟକ ହୋଇଥିଲା । ଏହାଛଡ଼ା ଏଥନାଲ ଆଲକୋହଲ ଉପରେ ମଧ୍ୟ ପରୀକ୍ଷଣ କରାଯାଇଥିଲା କିନ୍ତୁ ତାହାର କୌଣସି ସନ୍ତୋଷଜନକ ପରିଣାମ ମିଳିଲା ନାହିଁ । ଏହି ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଆୟୋଡିନ ଏସଏଆରଏସ ଓ ଏମଇଆରଏସ ସହିତ ସଂକ୍ରମଣ ଉପଚାରରେ ବ୍ୟବହାର କରାଯାଇପାରିବ । ଏହାର ବ୍ୟବହାର ଡିସଇନଫେକସନ ରୂପରେ କରାଯାଇପାରିବ ଓ ଏହାକୁ ନାକ ମାଧ୍ୟମରେ ଦିଆଯିବ । ଏହି ପ୍ରକ୍ରିୟା ଡ୍ରଫଲେଟସ ଓ ଏରୋସୋଲ ମାଧ୍ୟମରେ ଭାଇରସ ବ୍ୟାପୁଥିବା ଭୟକୁ କମ କରିବ । ଅଧ୍ୟୟନକର୍ତ୍ତା ଏହା ମଧ୍ୟ କହିଛନ୍ତି କରୋନା ପଜିଟିଭ ରୋଗୀଙ୍କ ଠାରେ କରୋନା ଜନିତ ଲକ୍ଷଣକୁ ବିକସିତ କରିବାକୁ ଦେବ ନାହିଁ ।