ସାଂସଦଙ୍କ ଗାଡି ଧକ୍କାରେ ସ୍କୁଟି ଚାଳକ ମୃତ
ପାଟଣାଗଡ : ରାଜ୍ୟସଭା ସାଂସଦଙ୍କ ଗାଡି ଧକ୍କାରେ ସ୍କୁଟି ଚାଳକଙ୍କ ମୃତ୍ୟୁ । ନିରଞ୍ଜନ ବିଶିଙ୍କ ଗାଡି ଧକ୍କାରେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ହୋଇଛି । ସ୍କୁଟିକୁ କାରଟି ୨୦୦ ମିଟର ଯାଏଁ ଘୋଷାଡି ନେଇଗଲା । ପାଟଣାଗଡ ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି । ସୂଚନାନୁସାରେ ସାଂସଦଙ୍କ ଗାଡିକୁ ଅଟକ ରଖିଛି ପୋଲିସ ।
ଏହି ଘଟଣା ପରେ ପ୍ରତିକ୍ରିୟା ରଖି ସାଂସଦ କହିଛନ୍ତି ସେ ଗାଡ଼ି ଭିତରେ ନଥିଲେ ।କିଛି ଜିନିଷ ଆଣିବା ପାଇଁ ତାଙ୍କ ଗାଡି ଗାଁକୁ ଯାଉଥିଲା । ତେବେ ଘଟଣାର ସମ୍ପର୍କରେ ଅବଗତ ଥିବା ବେଳେ ଏହା ଏକ ଦୁଃଖଦ ଘଟଣା ବୋଲି କହିବା ସହ ବେପରୁଆ ଗାଡି ଚାଳନାକୁ ସ୍ୱିକାର କରିଛନ୍ତି । ଏବଂ ସେ ନିଜେ ଘଟଣାସ୍ଥଳକୁ ଯିବେ ଓ ମୃତକଙ୍କ ପରିବାରକୁ ଯଥା ସମ୍ଭବ ସାହାଯ୍ୟ କରିବେ ବୋଲି କହିଛନ୍ତି ସାଂସଦ ନିରଞ୍ଜନ ବିଶି ।




admin 