ପୁରୀ ବିକାଶ ପାଇଁ ୫୦୦ କୋଟି

ପୁରୀ ବିକାଶ ପାଇଁ ୫୦୦ କୋଟି

ପୁରୀ ବିକାଶ ପାଇଁ ୫୦୦ କୋଟି
ଭୁବନେଶ୍ୱର:ପୁରୀ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦୦ କୋଟି ଟଙ୍କା ପ୍ୟାକେଜ ଘୋଷଣା କରିଛନ୍ତି । ସମୀକ୍ଷା ବୈଠକରେ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଭିତିଭୂମି ବିକାଶ, କ୍ଷତିଗ୍ରସ୍ତଙ୍କୁ ଥଇଥାନ ପାଇଁ ସରକାରୀ ସହଯୋଗ ଦିଆଯିବ । ମଠଗୁଡିକର ପୁନରୁଦ୍ଧାର ପାଇଁ ସରକାରୀ ସହଯୋଗ ମିଳିବ । ମାଳତିପାଟପୁରରୁ ଜଗନ୍ନାଥ ବଲ୍ଲଭ ମଠକୁ ସଂଯୋଗ କରିବ କରିବ ଶ୍ରୀକ୍ଷେତ୍ର ।ଏଥିପାଇଁ ୧୯୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ଅନୁମାନ କରାଯାଇଛି । ଜଗନ୍ନାଥ ବଲ୍ଲଭ ମଠରେ ବହତ୍ଳ ପାର୍କିଂ ବ୍ୟବସ୍ଥା କରାଯିବ । ବହୁତଳ ପାର୍କିଂ ସହ ୧୦ ହଜାର ଲୋକଙ୍କ ପାଇଁ ଧ୍ୟାନ କେନ୍ଦ୍ର ପ୍ରତିଷ୍ଠା ହେବ । ଯାତ୍ରୀଙ୍କ ସୁବିଧା ପାଇଁ ବିଭିନ୍ନ ଦୋକାନ ବଜାର ମଧ୍ୟ ବ୍ୟବସ୍ଥା କରାଯିବ । ଏଥିପାଇଁ ଖର୍ଚ୍ଚ ୧୮୦ କୋଟି ଟଙ୍କା ଖର୍ଚ୍ଚ ହେବ । ମୂଷା ନଦୀର ପୁନରୁଦ୍ଧାର କରାଯାଇ ମଙ୍ଗଳା ନଦୀରେ ସଂଯୋଗ କରାଯିବ । ମୂଷା ନଦୀରେ ରିଭର ଫ୍ରଂଟ ପର୍ଯ୍ୟଟନର ବିକାଶ କରାଯିବ । ଏଥିପାଇଁ ୮୫ କୋଟି ଟଙ୍କା ଖର୍ଚ୍ଚ ହେବ । ଅଠରନଳାର ସୌନ୍ଦର୍ଯ୍ୟକରଣ ଓ ଆଲୋକୀକରଣ କରାଯିବ । ପୁରୀରେ ୨୮ ଏକର ଜମିରେ ଏକ ହ୍ରଦର ବିକାଶ କରାଯିବ ।