ଆସିଲା ବଡ଼ ଖବର : ଜୁଲାଇ ୩ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

ଆସିଲା ବଡ଼ ଖବର : ଜୁଲାଇ ୩ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

ଭୁବନେଶ୍ୱର: ଆସିଲା ବଡ଼ ଖବର, ଆରମ୍ଭ ହେବାକୁ ଯାଉଛି ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ।  ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ପରିଚାଳିତ ମାଟ୍ରିକ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇପାରି ନଥିବା ପିଲାମାନଙ୍କ ପାଇଁ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ । ଏହା ଆସନ୍ତା ଜୁଲାଇ ୩ ତାରିଖରୁ ଆରମ୍ଭ ହେବ ।

ଜୁଲାଇ ୮ ତାରିଖ ପର୍ଯ୍ୟନ୍ତ ସପ୍ଲିମେଣ୍ଟାରୀ ପରୀକ୍ଷା ଜାରି ରହିବ । ପରୀକ୍ଷାରେ ସାମିଲ ହେବାକୁ ଚାହୁଁଥିବା ପିଲାମାନଙ୍କୁ ଏଥିପାଇଁ ମେ’ ୨୬ରୁ ଜୁନ୍‌ ୧ ତାରିଖ ମଧ୍ୟରେ ଫର୍ମ ଫିଲଅପ କରିବାକୁ ପଡିବ ବୋଲି ବୋର୍ଡ ସଭାପତି ରାମାଶିଷ ହାଜରା ବୁଧବାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଶ୍ରୀ ହାଜରା କହିଛନ୍ତି ଯେ, ମାଟ୍ରିକ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ କରାଯାଇଛି । ପୂର୍ବ ପ୍ରଚଳିତ ୨ଟି ସମ୍ମେଟିଭ ପରୀକ୍ଷା ଆଉ କରାଯିବ ନାହିଁ । କେବଳ ଦଶମ ଶ୍ରେଣୀରେ ବାର୍ଷିକ ପରୀକ୍ଷା ହେବ । ଇଣ୍ଟରନାଲ ଆସେସମେଣ୍ଟ ପରୀକ୍ଷା ୪ଟି କ୍ୱାର୍ଟରରେ ଜାରି ରହିବ । ନବମ ଶ୍ରେଣୀ ପାଇଁ ବାର୍ଷିକ ପରୀକ୍ଷାରେ ବୋର୍ଡ ପକ୍ଷରୁ ପ୍ରଶ୍ନପତ୍ର ଯୋଗାଇ ଦିଆଯିବ ।