ରାତିରେ ନିଦ ଆସୁନି କି ?
ସନ୍ତୁଳିତ ଖାଦ୍ୟ ଖାଇବା ନିହାତି ଆବଶ୍ୟକ । ଏହାଦ୍ବାରା ଅନେକ ଫାଇଦା ହୋଇଥାଏ । ଯଦି ଆପଣ ସନ୍ତୁଳିତ ଖାଦ୍ୟ ସଠିକ୍ ସମୟରେ ନ ଖାଆନ୍ତି ତେବେ ରାତିରେ ନିଦ ମଧ୍ୟ ଠିକରେ ହୋଇ ନଥାଏ ।
ସନ୍ତୁଳିତ ଖାଦ୍ୟ ଓ ନିୟମିତ ପରିଶ୍ରମ ଭଳି ସବୁଦିନ ଭଲ ନିଦ୍ରା ଆମ ସ୍ୱାସ୍ଥ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ । ପ୍ରତିଦିନ ନିର୍ଦ୍ଦିଷ୍ଟ ସମୟରେ ଶୋଇବା ଓ ନିର୍ଦ୍ଦିଷ୍ଟ ସମୟରେ ଉଠିବା ହିଁ ଭଲ ନିଦର ଲକ୍ଷଣ । ଭଲରେ ନିଦ ନହେଲେ ମାନସିକ ଚାପ ବଢ଼ିଯାଇଥାଏ । ସେହିପରି ସ୍ମରଣ ଶକ୍ତି ମଧ୍ୟ କମିଯାଏ । ତେଣୁ ଭଲ ନିଦ ପାଇଁ ଏହି ଟିପସକୁ ଆପଣାଇବା ଉଚିତ । ଶାନ୍ତ, ଝାପ୍ସା ଅନ୍ଧାର ତଥା ଥଣ୍ଡା ପରିବେଶ ଥିବା ଘର ହିଁ ନିଦ୍ରାରେ ଉନ୍ନତି ଆଣିବାରେ ସହାୟକ ହୋଇଥାଏ । ଶୋଇବା ପୂର୍ବରୁ ଟିଭି, ଫୋନ୍ ଦେଖିବା ଅନୁଚିତ । ଶୋଇବା ପୂର୍ବରୁ ଗୁରୁ ଭୋଜନ ମଧ୍ୟ ନିଦ୍ରା ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ । ସେହିପରି ନିଦ ନ ଆସୁଥିଲେ ନିଜକୁ ଭଲ ଲାଗୁଥିବା ସଂଗୀତ ଶୁଣନ୍ତୁ ।




admin 