ଅପରିଷ୍କାର ରହିଲେ ହେବ ଧନ ହାନୀ
ପରିଷ୍କାର ପରିଛନ୍ନ ରହିବା ନିହାତି ଆବଶ୍ୟକ । ଏହାଦ୍ବାରା ହୋଇଥାଏ ଅନେକ ଫାଇଦା । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହା ଦ୍ବାରା ଆପଣ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି । ମାତ୍ର ଯଦି ଏଭଳି ନ କରାଯାଏ ତେବେ ସାବଧାନ ।
ଘର ପରିଷ୍କାର-ପରିଚ୍ଛନ୍ନ ନରଖିଲେ ମା' ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି । ଏହାଦ୍ୱାରା ଲକ୍ଷ୍ମୀକୃପା ମିଳିବା ସହ ସକାରାତ୍ମକ ଶକ୍ତି ପ୍ରବାହ ହୋଇଥାଏ ।
- ବାଥରୁମକୁ ସବୁବେଳେ ସଫା ରଖନ୍ତୁ ଏବଂ ସେଠାରେ ଯେପରି ଅଳନ୍ଧୁ ନଲାଗେ । ବାସ୍ତୁଶାସ୍ତ୍ର ଅନୁସାରେ, ସ୍ନାନାଗାରରେ କୌଣସି ପ୍ରକାର ବାସ୍ତୁଦୋଷ ଥିଲେ ଏକ କାଚଗିନାରେ ଲୁଣ ଭର୍ତିକରି ରଖନ୍ତୁ ଏବଂ ପ୍ରତି ସପ୍ତାହରେ ଏହାକୁ ବଦଳାନ୍ତୁ ।
- ଘରୁ ନକାରାତ୍ମକ ପ୍ରଭାବ ଏବଂ ବାସ୍ତୁଦୋଷ ଦୂର କରିବା ଲାଗି ସପ୍ତାହକୁ ଦିନଟିଏ ପାଣିରେ ସମୁଦ୍ର ଲୁଣ ପକାଇ ଘର ପୋଛିବେ । ଗୁରୁବାର ଦିନ ଲୁଣପାଣିରେ ଘର ପୋଛିବେ ନାହିଁ ।
- ଘରର ଉତ୍ତରଦିଗ ଏବଂ ଐଶାନ୍ୟ କୋଣ ସବୁବେଳେ ସଫା ରଖିବା ଉଚିତ । କାରଣ, ଏହା ଧନର ଦେବତା କୁବେରଙ୍କ ଦିଗ ।
- ବ୍ରାହ୍ମମୁହୂର୍ତ୍ତ ତଥା ସୂର୍ଯ୍ୟାସ୍ତ ସମୟରେ ଘର ଝାଡୁ କରିବାକୁ ବାସ୍ତୁଶାସ୍ତ୍ରରେ ମନା କରାଯାଇଛି ।
- ଘରର ବାଲ୍କୋନି ବା ଛାତରେ ଅଦରକାରୀ, ଭଙ୍ଗାରୁଜା ଜିନିଷ ଜମାଇ ରଖନ୍ତୁ ନାହିଁ ।




admin 