ରାତିରେ ନିଦ ଆସିଲେ ଏମିତି କରନ୍ତୁ

ରାତିରେ ନିଦ ଆସିଲେ ଏମିତି କରନ୍ତୁ

ଅନେକ ସମୟରେ ରାତିରେ ନିଦ ଆସି ନଥାଏ । ମାତ୍ର ଏଭଳି କିଛି ଉପାୟ ରହିଛି ଯାହାକୁ କରିବା ଦ୍ଵାରା ଆରାମରେ ନିଦ ଆସିଥାଏ । ଏଠି ପାଇଁ ଆପଣ ପ୍ରଥମେ -  ଆଙ୍ଗୁଠିରେ ଡାହାଣ ନାକ ପୁଡ଼ାକୁ ବନ୍ଦ କରନ୍ତୁ । ବାମ ପୁଡ଼ାଦେଇ ଦୀର୍ଘ ନିଃଶ୍ୱାସ ନିଅନ୍ତୁ । ବର୍ତମାନ ବାମ ପୁଡ଼ାକୁ ମଝି ଆଙ୍ଗୁଠିରେ ବନ୍ଦ କରି ଡାହାଣ ପୁଡ଼ାରେ ଶ୍ୱାସ ବାହାର କରନ୍ତୁ । ବର୍ତମାନ ଏହି ସମାନ ପ୍ରକ୍ରିୟାକୁ ୫ରୁ ୧୦ ମିନିଟ୍‌ ପର୍ଯ୍ୟନ୍ତ, କରନ୍ତୁ । 

- ଶବାସନ : ଯେଉଁଥିରେ ନିଜର ପିଠି ତଳକୁ କରି ଶୋଇ ରୁହନ୍ତୁ ଓ ଉଭୟ ପାଦ ମଧ୍ୟରେ ଗୋଟିଏ ପାଦର ଦୂରତା ରଖନ୍ତୁ । ତା’ପରେ ପାଦରୁ ଆଙ୍ଗୁଠି ଠାରୁ ସମ୍ପୂର୍ଣ୍ଣ ଶରୀରକୁ ଆରାମ ଦେବା ସହ ସମଗ୍ର ଶରୀରକୁ ଢିଲା ଛାଡ଼ିଦିଅନ୍ତୁ । ଏହି ଆସନ ଶରୀରକୁ ଆରାମ ଦେଇଥାଏ ।

- ବାଳାସନ : ଚଟାଣରେ ଆଣ୍ଠେଇବା ପରି ବସି ରୁହନ୍ତୁ । ନିଃଶ୍ୱାସ ନେଇ ହାତ ମୁଣ୍ଡ ଉପରକୁ ସିଧା କରି ରଖନ୍ତୁ । ନିଃଶ୍ୱାସ ଛାଡ଼ିଲାବେଳେ ଧିରେ ଧିରେ ଅଂଟାକୁ ଆଗକୁ ଝୁକାଇ ତଳେ ମୁଣ୍ଡକୁ ଲଗାନ୍ତୁ । ଏହି ଯୋଗାସନ ଅତିକମ୍‌ରେ ୫ ମିନିଟ୍‌ କରନ୍ତୁ ।