ଅଭିଶପ୍ତ ଜୀବନ ଜିଉଛନ୍ତି ୨୫ ପରିବାର

ଅଭିଶପ୍ତ ଜୀବନ ଜିଉଛନ୍ତି ୨୫ ପରିବାର

ଅଭିଶପ୍ତ ଜୀବନ ଜିଉଛନ୍ତି  ୨୫ ପରିବାର
ପାରାଦ୍ୱୀପ: (ଲକ୍ଷ୍ମୀନାରାୟଣ ସାହୁ): ବାବୁ ଦେଖ ଗୋଡ ଘା ହୋଇଗଲାଣି । ଦେହ ସାରା ଫଳିଗଲାଣି, ଭଲରେ ମୁଠେ ଖାଇପାରୁନି । ଶାନ୍ତିରେ ଟିକେ ଶୋଇପାରୁଛି । ଭାତହାଣ୍ଡିରେ ନାଲି ଲୁଗାପଟା ନାଲି, ଆମେ କିଦୋଷ କଲୁ କେଜାଣି, ଆମକୁ ଏଭଳି ଦଣ୍ଡ ମିଳୁଛି । ଦିନେକି ଦୁଇଦିନ ନୁହେଁ ଆମେ ଏଭଳି ୪ବର୍ଷ ହେବ ହଇରାଣ ହେଉଛୁ , ଆମକୁ ଏଭଳି ୪ବର୍ଷ ହବ ହଇରାଣ ହଉଛୁ । ଆମକୁ ରକ୍ଷ୍ୟରାକର, ନହେଲେ ଆମେ ମରିଯିବୁ ଏଭଳି କେତେ କ’ଣ କହି କାନ୍ଦି ପକାଇଲା ମିନୁ ।ା ମିନୁ ନାୟକ ପରିବାର ସହ କାମ ଅନ୍ନେଶ୍ୱଣରେ ଚାଲିଆସି ଥିଲେ ବନ୍ଦର ନଗରୀ ପାରାଦ୍ୱୀପକୁ । କେବଳ ମିନୁ କିମ୍ବା ସେମାନଙ୍କ ପରିବାର ନୁହନ୍ତି ଏଭଳି ୨୫ଗୋଟି ପରିବାର ଓସୱାଲ ସମୟରେ ନିଜର ଶ୍ରମ ଦାନ କରି କମ୍ପାନୀରେ କାମ କଲେ । ମହାବାତ୍ୟା ପରେ ଏମାନେ ଏଠିରହି ସମତି ସ୍ଥାପନ କଲେ । ଆଉ ଓସୱାଲକୁ ଇଫକା କମ୍ପାନୀ କିଣିନେବା ପରେ ନିଜର କମ୍ପାନୀର କଳେବର ବୃଦ୍ଧି ପାଇଁ ଏମାନଙ୍କୁ କମ୍ପାନୀ ନିଜ କରିସର ମଧ୍ୟରୁ ଉଠାଇ ମୁଷାଢିଆ ଗ୍ରାମକୁ ଯିବା ବାଟରେ ୨୫ଟି କ୍ୱାଟର କରି ଥଇଥାନ କଲା । ପାଣିଦଲା ବିଜୁଳି ମଧ୍ୟ ଦେଲା । ହେଲେ ଏମାନଙ୍କ ପାଇଁ ଏବେ ଅଭିଶପ୍ତ ପାଲଟିଛି ଏସାର ଷ୍ଟିଲ ଇଣ୍ଡିଆ କମ୍ପାନୀ । ଏମାନଙ୍କ ଜୀବନରେ ଶୃଷ୍ଟି କରିଚାଲିଛି ଅକଥନୀୟ ଅତ୍ୟାଚାର । ପ୍ରତି ମୂହୁର୍ତ୍ତରେ ଏସାର ପରିସରରୁ କେମିକାଲ ପାଣି ଆଜି ଲିକେଜ୍ ହୋଇ ଏମାନଙ୍କ ଘରେ ପଶୁଛି । ଏସାର ବେଲ୍ଟରୁ ଡଷ୍ଟ ଉଡି ଏମାନଙ୍କ ଘରଦ୍ୱାରା, ଭାତହାଣ୍ଡି, ଲୁଗାପଟାରେ ପଡୁଛି । ଯେତେ କହିଲେ ବି ଏସାର କର୍ତ୍ତୃପକ୍ଷ କରୁନାହାନ୍ତି । ଦୁଃଖ ଦୁର୍ଦ୍ଧଶାରେ ଆଉଟ ପାଉଟୁ ହେଉଛନ୍ତି ୨୫ ପରିବାର । କାହା ଦେହରେ ଚର୍ମରୋଗ ମାଡିଗଲାଣି । ଆଉ କାହାକୁ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେଲାଣି । ନିଜ ଭିଟାମାଟି ମୟୁରଭଞ୍ଜ , ବାରିପଦା ଛାଡି ପେଟ ପାଶିବା ପାଇଁକାମ ଅନ୍ୱେଶ୍ୱଣରେ ବନ୍ଦର ନଗରୀ ଆସିଥିବା ଏହି ୨୫ ପରିବାର ଏବେ ଜିଉଁଛନ୍ତି ଏକ ପ୍ରକାର ଅଭିଶପ୍ତ ଜୀବନ । ଆଉ ସେମାନଙ୍କ ସମସ୍ୟା ଦେଖିଲା ପରେ ଆମ ପ୍ରତିନିଧି ଏସାର କର୍ତ୍ତୃପକ୍ଷ୍ୟଙ୍କ ସହିତ ଯାଗାଯୋଗ କରିଥିଲେ ମଧ୍ୟ ସେମାନେ ଉତ୍ତର ଦେବା ଦୂରର କଥା ଗେଟ ଭିତରକୁ ଛାଡିନଥିଲେ । ସ୍ଥାନୀୟ ନୁଆଗହ ପରପଞ୍ଚ ବବିତା ସେଠିଙ୍କୁ ପଚାରିବାରୁ ହଁ ପକୃତରେ ୨୫ଅନୁସୁଚିତ ଜନଜାତିର ପରିବାର ଦୁଃଖରେ ଅଛନ୍ତି । ସେମାନଙ୍କ ସମସ୍ୟା ନେଇ ମୁଁ କମ୍ପାନୀକୁ ଅଭଗତ କରାଇଛି ସମାଧାନ କରିବା ପାଇଁ ପ୍ରତିଶୃତି ଦଇଛନ୍ତି ବୋଲି ପ୍ରକାଶ କରିଛନ୍ତି । ତୁରନ୍ତ ଏମାନଙ୍କ ପ୍ରତି ଦୃଷ୍ଟି ଦେବାକୁ ଦାବୀ ହଉଛି ।