କରୋନାର କରାଳ ରୂପ, ମୃତ୍ୟୁସଂଖ୍ୟା ୧୩୭୦,୬୦ ହଜାର ଡେଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

କରୋନାର କରାଳ ରୂପ, ମୃତ୍ୟୁସଂଖ୍ୟା ୧୩୭୦,୬୦ ହଜାର ଡେଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

କରୋନାର କରାଳ ରୂପ, ମୃତ୍ୟୁସଂଖ୍ୟା ୧୩୭୦,୬୦ ହଜାର ଡେଇଁଲା ଆକ୍ରାନ୍ତଙ୍କ ସଂଖ୍ୟା
ନୂଆଦିଲ୍ଲୀ: ଚୀନ ପାଇଁ କରୋନା ଭାଇରସ ବୁଧବାର ଅତି ଘାତକ ସାବ୍ୟସ୍ତ ହୋଇଛି । ଗୋଟିଏ ଦିନରେ ୨୫୪ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଏ ପର୍ଯ୍ୟନ୍ତ ପ୍ରତିଦିନ ପ୍ରାଣ ହରାଉଥିବା ରୋଗୀଙ୍କ ସଂଖ୍ୟାକୁ ବିଚାରକୁ ନେଇ ଏହା ସର୍ବାଧିକ । ଏବେ କରୋନା ମୃତ୍ୟୁ ସଂଖ୍ୟା ୧୩୭୦ ରେ ପହଞ୍ଚିଛି । ଏମାନଙ୍କ ଭିତରୁ ୧୩୬୭ ଜଣ କେବଳ ଚୀନର ନାଗରିକ । ହଂକଂ, ଫିଲିପାଇନ୍ସ ଓ ଜାପାନରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି । ଚୀନର ସ୍ୱାସ୍ଥ୍ୟ ବିଭାଗ ଘୋଷଣା କରିଛି ଯେ ଗତକାଲି ଅଧିକ ୧୫,୧୫୨ ଜଣଙ୍କୁ କରୋନା ଆକ୍ରାନ୍ତ ଭାବେ ଚିହ୍ନଟ କରାଯାଇଛି । ଗୋଟିଏ ଦିନରେ ଏତେ ସଂଖ୍ୟକ ଆକ୍ରାନ୍ତଙ୍କୁ ଚିହ୍ନଟ ପ୍ରଥମଥର ଦେଖିବାକୁ ମିଳିଛି । ଏବେ କରୋନା ଅକ୍ରାାନ୍ତଙ୍କ ସଂଖ୍ୟା ୬୦,୩୬୦ ପହଞ୍ଚିଛି । ଚୀନର ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ପୂର୍ବରୁ କେବଳ କରୋନା ଭାଇରସ ଚିହ୍ନଟ ପାଇଁ ସ୍ୱତନ୍ତ୍ର ଭାବେ କରାଯାଉଥିବା ଟେଷ୍ଟରେ କେହି ପଜିଟିଭ ମିଳିଲେ, ତାହାକୁ କରୋନା ଆକ୍ରାନ୍ତ ଭାବେ ବିବେଚନା କରାଯାଉଥିଲା । କିନ୍ତୁ ଏବେ ସରକାର କରୋନା ଆକ୍ରାନ୍ତ ବ୍ୟକ୍ତିର ସଂଜ୍ଞା ବଦଳାଇ ଦେଇଛନ୍ତି । ଏହା ଯୋଗୁଁ ଯେଉଁମାନଙ୍କ ଠାରେ କରୋନା ଭାଇରସ ସଂକ୍ରମଣ ଜନିତ ଲକ୍ଷଣ ପ୍ରକାଶ ପାଉଥିବ ମାତ୍ର ସେମାନଙ୍କ ସ୍ୱତନ୍ତ୍ର ଭାବେ ପରୀକ୍ଷା କରାଯାଇନଥିବ ସେମାନଙ୍କୁ ବି କରୋନା ଆକ୍ରାନ୍ତ ବୋଲି ଚିହ୍ନଟ କରାଯାଉଛି ।