ବିଶ୍ୱର ପ୍ରଥମ ସୌରଚାଳିତ ଗାଁ

ବିଶ୍ୱର ପ୍ରଥମ ସୌରଚାଳିତ ଗାଁ

ବିଶ୍ୱର ପ୍ରଥମ ସୌରଚାଳିତ ଗାଁ
ମରୋକ୍କୋର ଛୋଟ ଗାଁ ଆଇଡି: ମଜାଦି ଆଫି୍ରକାର ପ୍ରଥମ ପୂର୍ଣ୍ଣ ସୌର ସଞ୍ଚାଳିତ ଗ୍ରାମର ମାନ୍ୟତା ପାଇଛି । ଗାଁକୁ ୩୨ଟି ସୌର ପ୍ୟାନେଲ ଅଣାଯାଇଥିଲା ଏବଂ ଏକ କ୍ଷୁଦ୍ର ଗ୍ରୀଡ଼ ସିଷ୍ଟମ ସହ ସଂଯୋଗ କରାଯାଇଥିଲା, ଯାହା ଆଇଡି ମଜାଦିର ପ୍ରାୟ ୫୦ ଘରକୁ ବିଜୁଳି ପ୍ରଦାନ କରୁଛି । ଏହି ପ୍ରୋଜେକ୍ଟରେ ୧୮୮,୦୦୦ ଡଲାର ବ୍ୟୟ ହୋଇଛି ଏବଂ ଏହା ଦ୍ୱାରା ଗାଁର ୨୦ ଘର ପାଇଁ ୮.୩୨ କିଲୋୱାଟ ବିଜୁଳି ଉପôନ୍ନ ହେଉଛି । ସୌର ପ୍ୟାନେଲ ଦ୍ୱାରା ଉପôନ୍ନ ଅତିରିକ୍ତ ଉର୍ଜ୍ଜା ଏକ ବ୍ୟାଟେି ସିଷ୍ଟମରେ ଗଚ୍ଛିତ ହେଉଛି । ଯାହା ସୂର୍ଯ୍ୟାସ୍ତ ପରେ ୫ ଘଣ୍ଟା ପର୍ଯ୍ୟନ୍ତ ବିଦୁ୍ୟତ ଶକ୍ତି ପ୍ରଦାନ କରୁଛି । ଏହି ପ୍ରୋଜେକ୍ଟର ଅଂଶବିଶେଷ ଗାଁର ପ୍ରତିଟି ଘରକୁ ଗୋଟିଏ ଇଲେକ୍ଟି୍ରକ ଫି୍ରଜ, ଗୋଟିଏ ୱାଟର ହିଟା, ଟିଭି, ଓଭନ ଏବଂ ଫୋନ ଓ ଅନ୍ୟ ବୈଦୁ୍ୟତିକ ଉପକରଣ ଚାର୍ଜ କରିବା ନିମିତ୍ତ ଏକ ଚାର୍ଜିଂ ପଏଣ୍ଟ ଦିଆଯାଇଛି । ପୂର୍ବରୁ ଗାଁ ଲୋକ ରାତିରେ ମହମବତୀ ଜଲାଇ ରହୁଥିଲେ । ଖାଦ୍ୟ ପସ୍ତୁତି ଓ ଅନ୍ୟ ଦୈନନ୍ଦିନ କାର୍ଯ୍ୟ ଲାଗି କାଠ ଜଳାଉଥିଲେ । ସୌରଶକ୍ତିରୁ ଉପôନ୍ନ ବିଜୁଳି ସ୍ଥାନୀୟ ଏକ ଟ୍ରେନିଂ ସେଣ୍ଟରକୁ ମଧ୍ୟପ୍ରଦାନ କରାଯିବ, ଯେଉଁଠି ଗାଁର ପ୍ରାୟ ୩୦ ମହିଳାଙ୍କୁ ଆରଗାନ ଗଛରୁ ତେଲ ଉପôାଦନ ନିମିତ୍ତ ପ୍ରଶିକ୍ଷଣ ପ୍ରଦାନ କରାଯିବ । ବିଶ୍ୱର ସର୍ବବୃହତ ସୌରଶକ୍ତି ଉପôାଦନକାରୀ ଦେଶ ଭାବେ ମରୋକ୍କୋ ପରିଚିତ ପାଇଛି ।