ଗାଁରେ ଫସି ଯାଇଛନ୍ତି ଏହି ଅଭିନେତ୍ରୀ, ଗାଧୋଇବାକୁ ନାହିଁ ବାଥରୁମ୍

ଗାଁରେ ଫସି ଯାଇଛନ୍ତି ଏହି ଅଭିନେତ୍ରୀ, ଗାଧୋଇବାକୁ ନାହିଁ ବାଥରୁମ୍

ଗାଁରେ ଫସି ଯାଇଛନ୍ତି ଏହି ଅଭିନେତ୍ରୀ, ଗାଧୋଇବାକୁ ନାହିଁ ବାଥରୁମ୍
ଧାରାବାହିକ ଅଭିନେତ୍ରୀ ରତନ ରାଜପୁତ ଲକଡାଉନ ପାଇଁ ନିଜ ଗାଁରେ ଫସି ରହିଛନ୍ତି । ରତନ ଏ ସମ୍ପର୍କରେ ଏକ ଭିଡିଓ ସେୟାର କରିଛନ୍ତି । ଟିଭି ନଥିବାରୁ ସେ ସମ୍ବାଦ ଓ ଅନ୍ୟ ଖବର ଠାରୁ ଦୂରେଇ ରହିଛନ୍ତି । ଯେଉଁ ଘରେ ସେ ରହୁଛନ୍ତି ସେଠାରେ ଘରର ଅବସ୍ଥା ଭଲ ନାହିଁ । ରତନ ଗାଧୋଉଥିବା ସ୍ଥାନ ଦେଖାଇ କହିଥିଲେ ଯେ ଏହି ଗାଧୋଇବା ସ୍ଥାନରେ କବାଟଟିଏ ନାହିଁ । ବରଂ ଏକ କପଡ଼ା ଘେରାଯାଇଛି । ଏଥିସହ ରତନ ନିଜେ କିଛି ଡ୍ରେସ ସଫା କରୁଥିବା ଭିଡିଓ ମଧ୍ୟ ସେୟାର କରିଛନ୍ତି । ରତନଙ୍କ ଗାଁରେ ଅନେକ ସୁବିଧା ଉପଲବ୍ଧ ନଥିବା ସେ ଭିଡିଓରେ ଆଗରୁ ମଧ୍ୟ ଜଣାଇଛନ୍ତି ।