ମୁଖ୍ୟମନ୍ତ୍ରୀ ଉଦଘାଟନ କଲେ ରାଜ୍ୟର ଅତ୍ୟାଧୁନିକ ସମ-କୋଭିଡ19 ହସପିଟାଲ

ମୁଖ୍ୟମନ୍ତ୍ରୀ ଉଦଘାଟନ କଲେ ରାଜ୍ୟର ଅତ୍ୟାଧୁନିକ ସମ-କୋଭିଡ19 ହସପିଟାଲ

ମୁଖ୍ୟମନ୍ତ୍ରୀ ଉଦଘାଟନ କଲେ ରାଜ୍ୟର ଅତ୍ୟାଧୁନିକ ସମ-କୋଭିଡ19 ହସପିଟାଲ
ସୋଆ ବା ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟରେ ଉଦଘାଟିତ ହୋଇଛି ରାଜ୍ୟର ସବୁଠାରୁ ବଡ ଏବଂ ଅତ୍ୟାଧୁନିକ କୋଭିଡ19 ହସପିଟାଲ। ସମ ହସପିଟାଲ ଦ୍ବାରା ପରିଚାଳିତ ଏହି ହସପିଟାଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫ୍ରେସିଂ ଜରିଆରେ ଉଦଘାଟନ କରିଛନ୍ତି। ଏଥିରେ ମୋଟ 5ଶହ ବେଡ ଥିବା ବେଳେ 20ଟି ଆଇସିୟୁ ମଧ୍ୟ ରହିଛି। ଖୁବ କମ ସମୟରେ ଏପରି ପଦକ୍ଷେପ ନେଇଥିବାରୁ ମୁଖ୍ୟମନ୍ତ୍ରୀ ସୋଆର ପ୍ରତିଷ୍ଠାତା ଏବଂ କର୍ତ୍ତୁପକ୍ଷଙ୍କୁ ପ୍ରଶଂସା କରିଥିଲେ। ଏଥିସହିତ ମୁଖ୍ୟମନ୍ତ୍ରୀ ଏହି ହସପିଟାଲର ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମିଙ୍କ ସହିତ ମଧ୍ୟ ଭିଡିଓ କନଫ୍ରେସିଂ ମାଧ୍ୟମରେ ଆଲୋଚନା ମଧ୍ୟ କରିଥିଲେ। ଏହି ଅତ୍ୟାଧୁନିକ କୋଭିଡ ହସପିଟାଲ ସୋଆ ବିଶ୍ବବିଦ୍ୟାଳୟର କ୍ୟାମ୍ପସ ଦୁଇ ରେ ନିର୍ମାଣ କରାଯାଇଛି। ଏହି ସ୍ବତନ୍ତ୍ର ହସପିଟାଲ ନିର୍ମାଣ କରିବା ପାଇଁ ଭାରତ ସରକାରଙ୍କ ମହାନଦୀ କୋଲଡ ଫିଲଡସ୍ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦେଇଛି। ମୁଖ୍ୟମନ୍ତ୍ରୀ ସୋଆ ବିଶ୍ବବିଦ୍ୟାଳୟକୁ ଧନ୍ୟବାଦ ଦେବା ସହିତ କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ଧନ୍ୟବାଦ ଦେଇଥିଲେ।