ସ୍ୱାଇନ ଫ୍ଲୁଠାରୁ ୧୦ ଗୁଣ ମାରାତ୍ମକ କରୋନା, ବାୟୁରେ ୪ ମିଟର ଯାଇପାରେ କରୋନା ଭୂତାଣୁ

ସ୍ୱାଇନ ଫ୍ଲୁଠାରୁ ୧୦ ଗୁଣ ମାରାତ୍ମକ କରୋନା, ବାୟୁରେ ୪ ମିଟର ଯାଇପାରେ କରୋନା ଭୂତାଣୁ

ସ୍ୱାଇନ ଫ୍ଲୁଠାରୁ ୧୦ ଗୁଣ ମାରାତ୍ମକ କରୋନା, ବାୟୁରେ ୪ ମିଟର ଯାଇପାରେ କରୋନା ଭୂତାଣୁ
ମହାମାରୀ କୋଭିଡ-୧୯କବଳରୁ ନିସ୍ତାର ପାଇବା ପାଇଁ ଏବେ ସାରା ବିଶ୍ୱ ବିକଳ୍ପ ଉପାୟମାନ ଖୋଜା ଚାଲିଥିବା ବେଳେ ଏ ସଂକ୍ରାନ୍ତ ନୂଆ ନୂଆ ଖବର ଅଧିକ ବିଚଳିତ କରିଦେଉଛି । କରୋନା ଭୂତାଣୁର ଉତ୍ପତ୍ତି ସ୍ଥଳ ବୋଲି କୁହାଯାଉଥିବା ଚୀନର ଉହାନ ସହର ସ୍ଥିତ ବିଭିନ୍ନ ହସ୍ପିଟାଲ ୱାର୍ଡ ଏବଂ ଆଇସିୟୁରେ ଚିକିତ୍ସାଧୀନ ଥିବା କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ଉପରେ ଅନୁଧ୍ୟାନ କରି ଏହାର ସଂକ୍ରମଣ ସମ୍ପର୍କରେ ନୂତନ ତଥ୍ୟ ସାମନାକୁ ଆସିଛି । ଏହି ଘାତକ ଭୂତାଣୁ ବାୟୁମଣ୍ଡଳରେ ଦୀର୍ଘ ୪ ମିଟର ପର୍ଯ୍ୟନ୍ତ ସଂକ୍ରମିତ ହୋଇପାରିବ ବୋଲି ସଦା ଅନୁଧ୍ୟାନରୁ ଜଣାଯାଇଛି । କୋଭିଡ-୧୯ ସ୍ୱାଇନ ଫ୍ଲୁଠାରୁ ୧୦ ଗୁଣ ମାରାତ୍ମକ ବୋଲି ବିଶ୍ୱସ୍ୱାସ୍ଥ୍ୟ ସଂଗଠନ କହିଛି । ମାସ୍କ, ଗ୍ଲୋଭସ ଓ ଆପ୍ରାନ ପରି ବିଭିନ୍ନ ପ୍ରକାର ସଂକ୍ରମଣ ନିରୋଧୀ ସରଞ୍ଜାମ ବ୍ୟବହାର କରି ସୁଦ୍ଧା କରୋନ ଆକ୍ରାନ୍ତଙ୍କୁ ଚିକିତ୍ସା ସେବା ଯୋଗାଇ ଦେଉଥିବା ସ୍ୱାସ୍ଥ୍ୟକର୍ମୀମାନଙ୍କ ପାଇଁ ସଂକ୍ରମଣ ଆଶଙ୍କା ଅଧିକ ବୋଲି ଏହି ଅଧ୍ୟୟନରେ କୁହାଯାଇଛି । ଅପରପକ୍ଷେ ବାୟୁମଣ୍ଡଳରେ ଉକ୍ତ ଭୂତାଣୁ ଜୈବିକ ଉପାଦାନର ଉପସ୍ଥିତି ଯଦିଓ ଏହା ତୀବ୍ର ସଂକ୍ରମଣକ୍ଷମ ବୋଲି ସ୍ପଷ୍ଟ ହୋଇନାହିଁ । ତେବେ ଏହାର ସଂକ୍ରମଣ କିପରି ବ୍ୟାପକ ହୋଇଥାଏ ଏବଂ ତହିଁରୁ କିପରି ସ୍ୱାସ୍ଥ୍ୟକର୍ମୀମାନେ ନିଜକୁ ସୁରକ୍ଷିତ ରଖିପାରିବେ ସେ ସଂକ୍ରାନ୍ତରେ ଏକ ପ୍ରମାଣସିଦ୍ଧ ନିର୍ଯାସ ମିଳିପାରିଛି । ଆମେରିକାର ରୋଗ ନିୟନ୍ତ୍ରଣ ଓ ନିରାକରଣ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ଏମର୍ଜିଂ ଇନେ୍‌ଫକ୍ଟିଅସ ଡିଜିଜ ନାମକ ସ୍ୱାସ୍ଥ୍ୟଭିତ୍ତିକ ପତ୍ରିକାରେ ଏ ବିଷୟରେ ସବିଶେଷ ବିବରଣୀ ପ୍ରକାଶ ପାଇଛି ।