ଘଣ୍ଟାଏରେ ହେବ ପରୀକ୍ଷା

ଘଣ୍ଟାଏରେ ହେବ ପରୀକ୍ଷା

ଘଣ୍ଟାଏରେ ହେବ ପରୀକ୍ଷା
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୋଭିଡ-୧୯ ସମ୍ପର୍କିତ ଦୈନିକ ସ୍ଥିତି ରିପୋର୍ଟ ରେ ପ୍ରକାଶିତ ତଥ୍ୟ ଆମ ଦେଶ ପାଇଁ ଚିନ୍ତା ସୃଷ୍ଟି କରିଛି । କାରଣ ଏଥିରେ ୫୦୦୦ ଆକ୍ରାନ୍ତ ଓ ମୃତକଙ୍କ ଅନୁପାତ ଆକଳନରେ ଭାରତ ବିଶ୍ୱର ଶୀର୍ଷ ୫ଟି ଦେଶ ମଧ୍ୟରେ ସ୍ଥାନ ପାଇଛି । କରୋନାରେ ସର୍ବାଧିକ ପ୍ରଭାବିତ ଆମେରିକା, ଚୀନ, ସ୍ପେନ, ଇରାନ, ଫ୍ରାନ୍ସ ପରି ଦେଶଠୁ ମଧ୍ୟ ଏହି ଅନୁପାତରେ ଆଗରେ ରହିଛି । ଭାରତରେ ଲୋକଙ୍କ କରୋନା ପରୀକ୍ଷା ସଂଖ୍ୟା ଅନ୍ୟ ଦେଶ ତୁଳନାରେ ବହୁତ କମ୍‍ ହୋଇଥିବାରୁ ଏଠାରେ ରୋଗ ଚିହ୍ନଟ ଅନୁପାତ ମଧ୍ୟ କମ୍‍ । ତେଣୁ ଅଧିକ ପରୀକ୍ଷା କରାଇବା ନିହାତି ଜରୁରୀ ହୋଇପଡ଼ିଛି । ତେବେ ଏହାରି ମଧ୍ୟରେ ମୋଓବାଇଓ ଡାଏଗ୍ନୋଷ୍ଟୀକ୍ସ ପ୍ରାଇଭେଟ ଲିମିଟେଡ ନାମକ ଏକ ସଂସ୍ଥା ଅନ୍ୟ ପରୀକ୍ଷା ଅପେକ୍ଷା ଶୀଘ୍ର କରୋନା ଭୂତାଣୁ ଚିହ୍ନଟ କରିଥିବା ଦାବି କରିଛି । ବର୍ତ୍ତମାନର ପରୀକ୍ଷା ୮ ରୁ ୧୦ ଘଣ୍ଟା ଲାଗୁଥିବା ବେଳେ ତାଙ୍କ ପରୀକ୍ଷା ଉପକର ରେ ମାତ୍ର ଘଣ୍ଟାଏ ଭିତରେ ପରୀକ୍ଷା କରାଯାଇପାରିବ ବୋଲି କହିଛି । ଏହି ଉପକରଣକୁ ଯେ କୌଣସି ସ୍ଥାନକୁ ନେଇ ହେବ ଅର୍ଥାତ ରୋଗୀକୁ କୌଣସି ଡାକ୍ତରଖାନାକୁ ନେବାକୁ ମଧ୍ୟ ପଡ଼ିବ ନାହିଁ । ମୋଲବାଇଓ ଡାଏଗ୍ନୋଷ୍ଟିକ୍ସର ମୁଖ୍ୟ ପ୍ରଯୁକ୍ତି ଅଧିକାରୀ ଡା.ଚନ୍ଦ୍ରଶେଖର ନାୟାର କହିଛନ୍ତି ଯେ ତାଙ୍କ ଉପକରଣଟି ଗୋଆ ଓ ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟରେ ଯକ୍ଷ୍ମା ପରୀକ୍ଷା ପାଇଁ ବ୍ୟବହାର କରାଯାଇସାରିଛି । କୋଭିଡ-୧୯ ପରୀକ୍ଷା ନିମନ୍ତେ କର୍ଣ୍ଣାଟକ ସରକାରଙ୍କ ସହ ତାଙ୍କର କଥାବାର୍ତ୍ତା ଚାଲିଛି ବୋଲି ଶ୍ରୀ କହିଛନ୍ତି ଶ୍ରୀ ନାୟାର । ତାଙ୍କ ଅନୁସାରେ ଦୁଇଟି ମେସିନରେ ହିଁ ଏହି ପରୀକ୍ଷା କରାଯାଉଛି । ପ୍ରଥମ ମେସିନରେ ସ୍ୱାବ ନମୁନାକୁ ରଖାଯାଇ ସେଥିରୁ ନିଉକ୍ଲିକ ଏସିଡ ବାହାର କରାଯାଏ ଓ ଇନହିବିଟରକୁ କାଢ଼ି ଦିଆଯାଏ । ମାତ୍ର ୨୦ ମିନିଟ ଭିତରେ ସ୍ୱୟଂ ଚାଳିତ ଭାବେ ଏହା କରାଯାଏ । ପରେ ନିଉକ୍ଲିକ ଏସିଡରେ ରିଜେଣ୍ଟ ମିଶାଇବା ତାକୁ ଚିପରେ ରଖି ଦ୍ୱିତୀୟ ମେସିନରେ ପୂରାଇ ଦିଆଯାଏ । ଏହା ରିଅଲ ଟାଇମ ପିସିଆର । ଏହି ପରୀକ୍ଷା ୧୩୫୦ ଟଙ୍କାରେ ହୋଇପାରିବ ବୋଲି ଶ୍ରୀ ନାୟାର କହିଛନ୍ତି । ସୂଚନା ଯୋଗ୍ୟ ଘରୋଇ ପରୀକ୍ଷାଗାରରେ କରୋନା ଭୂତାଣୁ ପରୀକ୍ଷା ୫୦୦୦ ରୁ ଅଧିକ ଟଙ୍କା ପଡୁଥିବା ବେଳେ ମାଗଣାରେ କରିବାକୁ ନିକଟରେ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ । ............ ପ୍ରଶାସନ ଲୋକଙ୍କୁ ଘରୁ ବାହାରିବା ନେଇ କଡ଼ାକଡ଼ି ନିୟମ ପ୍ରଣୟନ କରିଛି । ଅତ୍ୟାବଶ୍ୟକ ସାମଗ୍ରୀ ହୋମ-ଡେଲିଭରୀରେ ଯୋଗାଇ ଦିଆଯାଉଥିବା ବେଳେ ଫୁଡ ଷ୍ଟୋର ହିଁ ସେଠାରେ ଖୋଲା ରହିଛି । ଏସବୁ ଷ୍ଟୋରରେ ସମସ୍ତ କର୍ମଚାରୀଙ୍କୁ ବାହାର କରାଯାଇ ସେମାନଙ୍କ ସ୍ଥାନରେ ରୋବଟକୁ କମ୍ପାନୀ ନିଯୁକ୍ତି ଦେଇଛି । ଷ୍ଟୋରର ପରିଷ୍କାର ପରିଚ୍ଛନ୍ନତା ସହ ଗ୍ରାହକଙ୍କୁ ହୋମ ଡେଲିଭରି ସହ ବିଲିଂ କରିବାରେ ଏଇ ରୋବଟ୍‍ ପାରଙ୍ଗମ । ବର୍ତ୍ତମାନ ସୁଦ୍ଧା ନ୍ୟୁୟର୍କର ମୋଟ ୧୭୦୦ଟି ଷ୍ଟୋରରେ ରୋବଟ୍‍ କାମ କରୁଛନ୍ତି । ରୋବଟ୍‍ ଏସବୁ ବାଦ୍‍ ଗ୍ରାହକଙ୍କୁ କରୋନା ସମ୍ପର୍କିତ ତଥ୍ୟ ମଧ୍ୟ ଗ୍ରାହକଙ୍କୁ ଅବଗତ କରାଇଥାଏ । ଜନୈକ ଷ୍ଟୋର ମାଲିକଙ୍କ ମତରେ ଏହି ପରିସ୍ଥିତିରୁ ବର୍ତ୍ତିବାର ଅନ୍ୟ କୌଣସି ଉପାୟ ନଥିଲା । ଏଣୁ ସେ ରୋବଟ୍‍ ନିଯୁକ୍ତି ଦେବାକୁ ଉଚିତ ମଣିଲେ । ଅନ୍ତତଃ ସଂକ୍ରମଣର ଭୟ କମ୍‍ ରହିବ । ଜର୍ମାନୀ ସୁପରମାର୍କେଟରେ ମଧ୍ୟ ରୋବଟକୁ ନିଯୁକ୍ତି ଦିଆଯାଇଛି । ପରିସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ କର୍ମଜୀବୀ ଲୋକମାନେ ସେମାନଙ୍କର ସ୍ଥାନ ପାଇପାରିବେ କିମ୍ବା ନାହିଁ, ତାହା ମଧ୍ୟ ଅନ୍ୟତମ ଆଶଙ୍କା ପାଲଟିଛି ।