କୋଭିଡ୍ ନିୟମ ନମାନିଲେ, କଡା କାର୍ଯ୍ୟାନୁଷ୍ଠାନ

କୋଭିଡ୍ ନିୟମ ନମାନିଲେ, କଡା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: କୋଭିଡ୍‌-୧୯ ଚତୁର୍ଥ ଲହର ଯୋଗୁଁ ମଙ୍ଗଳବାର ସହରରେ ପ୍ରଥମ ମୃତ୍ୟୁ ଘଟିଛି । ଏହାପରେ କମିଶନରେଟ୍‌ ପୁଲିସ ତତ୍ପର ହୋଇଉଠିଛି । ସହରରେ କୋଭିଡ୍‌-୧୯ କଟକଣା କଡ଼ାକଡି଼ ମାନିବାକୁ ପୁଲିସ ପରାମର୍ଶ ଦେଇଛି । ଏନେଇ ପ୍ରଥମେ ସଚେତନ କରାଯିବ । ପରେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ ଚେତାବନୀ ଦେଇଛି ।

ଡିସିପି ପ୍ରତୀକ ସିଂ କହିଛନ୍ତି, ପୂର୍ବ ଲହର ଭଳି ଏଥର ମଧ୍ୟ କୋଭିଡ-୧୯ ରୁ ସହରବାସୀଙ୍କୁ ବିପଦ ରହିଛି । ଚତୁର୍ଥ ଲହରର ଝଲକ ଦେଖାଗଲାଣି । କରୋନା ଭୂତାଣୁଠୁ ଦୂରେଇ ରହିବା ପାଇଁ ପୂର୍ବଭଳି ସାମାଜିକ କଟକଣା ମାନିବାକୁ ପଡି଼ବ । ମୁହଁରେ ମାସ୍କ ଓ ସାମାଜିକ ଦୂରତା ବଜାୟ ରଖିବାକୁ ହେବ । ସମସ୍ତ ଥାନା ଅଧିକାରୀଙ୍କୁ ଏନେଇ ସତର୍କ କରାଯାଇଛି । ନିଜ ଅଞ୍ଚଳରେ ବଡ଼ ବଜାର, ହାଟ, ଜନଗହଳିପୂର୍ଣ୍ଣ ସ୍ଥାନରେ ପ୍ରଥମେ କିଛି ଦିନ ସଚେତନ କରିବାକୁ କୁହାଯାଇଛି । ଯଦି କେହି ଅଧିକ ଅମାନିଆ ହୁଏ, ତା’ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ପରବର୍ତ୍ତୀ ସମୟରେ କୋଭିଡ୍‌ ସ୍ଥିତିକୁ ଦେଖି କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।