‘୮୩’କୁ ନେଇ ଚିନ୍ତାରେ କପିଲ

‘୮୩’କୁ ନେଇ ଚିନ୍ତାରେ କପିଲ

‘୮୩’କୁ ନେଇ ଚିନ୍ତାରେ କପିଲ
ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ୧୯୮୩ ମସିହା ବିଶ୍ୱକପ୍ ବିଜୟକୁ ନେଇ ନିର୍ମାଣ ହୋଇଥିବା ଚଳଚ୍ଚିତ୍ର ‘୮୩’ କୁ ନେଇ ତତ୍କାଳୀନ ଅଧିନାୟକ ତଥା କିମ୍ବଦନ୍ତି କ୍ରିକେଟର କପିଳ ଦେବ ଚିନ୍ତା ପ୍ରକଟ କରିଛନ୍ତି । ଆସନ୍ତା ଏପ୍ରିଲ ମାସ ୧୦ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଥିବା ଏହି ଚଳଚ୍ଚିତ୍ରରେ ସମଗ୍ର ଭାରତୀୟ ଦଳ ଅପେକ୍ଷା ଦର୍ଶକଙ୍କ ନଜର ତାଙ୍କ ଉପରେ ଅଧିକ ରହିବ ବୋଲି ସେ ଆଶଙ୍କା ଜାହିର କରିଛନ୍ତି । ଏ ନେଇ କପିଳ କହିଛନ୍ତି ଯେ ମୁଁ ଆଶା କରୁଛି କେବଳ ମୋ ଉପରେ ଦର୍ଶକଙ୍କ ଧ୍ୟାନ ରହିବ ନାହିଁ । ମୁଁ ସେତେବେଳେ ଅଧିନାୟକ ଥିଲି । ହେଲେ ଦଳରେ ଥିବା ସମସ୍ତ ଖେଳାଳିଙ୍କୁ ସେମାନଙ୍କ ସମ୍ମାନ ମିଳିବ ଦରକାର । ମୁଁ ଭାବୁନି କେବଳ ମୋ ପ୍ରଦର୍ଶନ ବଳରେ ଭାରତ ବିଶ୍ୱ ବିଜୟୀ ହୋଇଥିଲା । ଏହା ଦଳଗତ ପ୍ରଦର୍ଶନର ଫଳ ଥିଲା । ପ୍ରଥମେ ପ୍ରଥମେ ଏହି ଚଳଚ୍ଚିତ୍ରକୁ ନେଇ ମୁଁ ଆଶା ଓ ଆଶଙ୍କାରେ ଥିଲି । ଏହି ଐତିହାସିକ ସଫଳତାକୁ ନିର୍ମାତା କିଭଳି ଭାବେ ପରଦା ଉପରେ ପ୍ରକାଶ କରିବେ ସେ ନେଇ ସବୁବେଳେ ଚିନ୍ତାରେ ରହୁଥିଲି । ସବୁକିଛି ଠିକ୍ ଥିବ ବୋଲି ଆଶା କରୁଛି । ତାଙ୍କ ଲୋକପ୍ରିୟ ନଟରାଜ ସଟକୁ ଚଳଚ୍ଚିତ୍ରର ନାୟକ ରଣବୀର ସିଂହ ଭଲ ଭାବରେ ଖେଳୁଥିବା ନେଇ କପିଳ କିନ୍ତୁ ଖୁସି ଜାହିର କରିଛନ୍ତି । ‘୮୩’ ଚଳିତ ବର୍ଷର ଅନ୍ୟତମ ପ୍ରତୀକ୍ଷିତ ଚଳଚ୍ଚିତ୍ର ହୋଇଥିଲା ବେଳେ ଏହାର ନିର୍ଦ୍ଦେଶନା କବୀର ଖାନ ଦେଇଛନ୍ତି । ରଣବୀର ସିଂହଙ୍କ ସହ ତାହିର ରାଜ ଭାସିନ୍, ପଙ୍କଜ ତ୍ରିପାଠୀ, ସକିବ ସଲିମ ଓ ହାର୍ଡ଼ି ସାନ୍ଧୁ ପ୍ରମୁଖ ଏଥିରେ ଅଭିନୟ କରିଛନ୍ତି । ରଣବୀରଙ୍କୁ କପିଳ ନିଜେ କ୍ରିକେଟ୍ କଳାକୌଶଳ ଶିଖାଇଛନ୍ତି ।