୨୦ରେ ଆଉ ଏକ ଲଘୁଚାପ

୨୦ରେ ଆଉ ଏକ ଲଘୁଚାପ

୨୦ରେ ଆଉ ଏକ ଲଘୁଚାପ
ଭୁବନେଶ୍ୱର: ଆସୁଛି ଆଉ ଏକ ଲଘୁଚାପ । ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା ୨୦ ତାରିଖ ଆଡ଼କୁ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବ । ଫଳରେ ୨୦ ଓ ୨୧ ତାରିଖ ଦୁଇ ଦିନ ଧରି ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଲଘୁଚାପର ରୂପରେଖ ଆଗାମୀ ଦିନରେ ସ୍ପଷ୍ଟ ହେବ । କେନ୍ଦ୍ରର ନିଦେ୍ର୍ଧଶକ ଏଚ ଆର ବିଶ୍ୱାସ କହିଛନ୍ତି, ୧୩ ତାରିଖ ଦିନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ଏବେ ଦୁର୍ବଳ ହୋଇଯାଇଛି । ଅନ୍ୟ ପଟେ ମୌସୁମୀ ଏବେ ରାଜ୍ୟରେ ଦୁର୍ବଳ ରହିଛି । ତେଣୁ ଆସନ୍ତା ୩ ଦିନ ରାତ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ । ପାଗ ଶୁଖିଲା ଓ ଖରାଟିଆ ରହିବ । ତାପମାତ୍ରା ସ୍ୱାଭାବିକଠାରୁ ୨/୩ ଡିଗ୍ରୀ ଅଧିକ ରହିବ । ୩ ଦିନ ଧରି ଏପରି ସ୍ଥିତି ଲାଗି ରହିବା ପରେ ୧୯ ତାରିଖ ଆଡ଼କୁ ପାଗରେ ପରିବର୍ତ୍ତନ ଆସିବ । ୨୦ ତାରିଖ ଦିନ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇ ରାଜ୍ୟରେ ବର୍ଷା କରାଇବ । ଗତ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାରେ ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି ।