ରାଜସ୍ଥାନରେ ଓଲଟିଲା ଡଙ୍ଗା : ୪ ମୃତ, ୧୦ ନିଖୋଜ

ରାଜସ୍ଥାନରେ ଓଲଟିଲା ଡଙ୍ଗା : ୪ ମୃତ, ୧୦ ନିଖୋଜ

ରାଜସ୍ଥାନରେ ଓଲଟିଲା ଡଙ୍ଗା : ୪ ମୃତ, ୧୦ ନିଖୋଜ
ଜୟପୁର : ରାଜସ୍ଥାନର ଜୟପୁରରେ ଏକ ଡଙ୍ଗା ଓଲଟିବା ସହିତ ୪ ଜଣଙ୍କ ପ୍ରାଣ ହାନି ଘଟିଛି । ରାଜସ୍ଥାନର କୋଟାରେ ରହିଥିବା ଚମ୍ବାଲି ନଦୀରେ ଏହି ଡଙ୍ଗାଟି ଓଲଟି ପଡିଥିଲା । ଡଙ୍ଗାରେ ପ୍ରାୟ ୫୦ ଜଣରୁ ଅଧିକ ଯାତ୍ରୀ ରହିଥିବା ବେଳେ ୪ ଜଣଙ୍କ ପ୍ରାଣହାନି ଘଟିଛି । ଅନ୍ୟମାନେ କୂଳକୁ ପହଁରି ପଳାଇ ଆସିଥିବା ବେଳେ ୧୦ ଜଣ ଯାତ୍ରୀ ବର୍ତ୍ତମାନ ସୁଦ୍ଧା ନିଖୋଜ ଅଛନ୍ତି । ବୁଧବାର ସକାଳ ୮.୪୫ ମିନିଟ ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଘଟଣା ସ୍ଥଳରେ ତୁରନ୍ତ ସ୍ତାନୀୟ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ କରାଯାଇଥିଲା । ଡଙ୍ଗାରେ ସମସ୍ତ ଲୋକ ସ୍ଥାନୀୟ କମଲେଶ୍ୱର ଧାମ ମନ୍ଦିରକୁ ଯାଉଥିବା ଜଣାପଡିଛି । ତେବେ ବର୍ତ୍ତମାନ ସୁଦ୍ଧା ୧୦ ଜଣ ନିଖୋଜ ଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି ।