ଟମାଟୋ ଚୋରି କରି ଦୁଇ ପୋଲିସ କର୍ମୀ ନିଲମ୍ବିତ
ଟମାଟୋ ଚୋରି କରି ଦୁଇ ପୋଲିସ କର୍ମୀ ନିଲମ୍ବିତ
admin
Sep 16, 2020 - 06:25
Updated: Sep 16, 2020 - 06:25
ଲୁଧିଆାନା : ପଞ୍ଜାବର ଲୁଧିଆନାର ଜଳନ୍ଧର ବାଇପାସ ନିକଟସ୍ଥ ସବ୍ଜୀ ମଣ୍ଡିରେ ରାତିରେ ଟମୋଟୋ ଚୋରି କରିବା ଅଭିଯୋଗରେ ଦୁଇ ପୋଲିସ୍ କର୍ମୀ ନିଲମ୍ବିତ ହୋଇଛନ୍ତି । ତେବେ ଦୁଇ ପୋଲିସ୍ କର୍ମୀଙ୍କ ନାମ ଓ ଠିକଣା ସମ୍ପର୍କରେ ପୋଲିସ୍ ବିଭାଗ ସୂଚନା ଦେଇନାହିଁ । ପୋଲିସ୍ ସବ୍ଜୀ ମଣ୍ଡିର ସିସିଟିଭ ଫୁଟେଜ୍ ଆଧାରରେ ଯାଞ୍ଚ କରୁଛି । ମିଳିଥିବା ସୂଚନା ଅନୁସାରେ ଗତ କିଛି ଦିନ ଧରି ଉକ୍ତ ସବ୍ଜି ମଣ୍ଡିରେ ଲଗାତାର ଭାବରେ ପରିବା ଚୋରି ହେଉଥିବାର ଅଭିଯୋଗ ହେଉଥିଲା । ଏହା ଦେଖି ସବ୍ଜୀ ମଣ୍ଡିରେ ସିସିଟିଭି କ୍ୟାମେରା ଲଗାଯାଇଥିଲା । ସେପ୍ଟେମ୍ବର ୧୦ ତାରିଖ ରାତ୍ରିରେ ଉକ୍ତ ସବ୍ଜୀ ମଣ୍ଡିରୁ ଟମାଟୋର ଚୋରି ହୋଇଥିଲା । ଏହା ସିସିଟିଭ୍ରେ ରେକର୍ଡ ମଧ୍ୟ ହୋଇଥିଲା ।
ଉକ୍ତ ସିସିଟିଭ୍ ରେକର୍ଡରେ ଦୁଇ ପୋଲିସ କର୍ମୀ ଟମାଟୋ ଚୋରି କରୁଥିବାର ଦେଖିବାକୁ ମିଳିଥିଲା ।ଏହା ପରେ ଲୁଧିଆନା ପୋଲିସ୍ କମିଶନର ରାକେଶ ଅଗ୍ରଓ୍ବାଲ ଦୁଇ ପୋଲିସ୍ କର୍ମଚାରୀଙ୍କୁ ନିଲମ୍ବନର ଆଦେଶ ଦେଇଥିଲେ । କିନ୍ତୁ ଏହି ଦୁଇ ପୋଲିସ କର୍ମୀଙ୍କ ନାମ ପ୍ରକାଶ କରିନଥିଲେ । ପୋଲିସ୍ ଅପରାଧୀଙ୍କ ନାମ ଫେସବୁକ୍ରେ ଦେଉଥିବାବେଳେ ନିଜ ବିଭାଗର ମାମଲା ହେତୁ ଅଭିଯୁକ୍ତ ପୋଲିସ୍ କର୍ମୀଙ୍କ ନାମ ମଧ୍ୟ ପ୍ରକାଶ କରିନଥିଲେ । ସମ୍ପ୍ରତି ବର୍ଷା କାରଣରୁ ଟମାଟୋର ଦର ବଦ୍ଧି ହୋଇଛି । ଦେଶର ରାଜଧାନୀ ଦିଲ୍ଲୀ ତଥା ଆଖପାଖ ଅଞ୍ଚଳରେ ଟମୋଟର କିଲୋ ପିଛା ୭୦ ଟଙ୍କାରେ ବିକ୍ରି ହେଉଛି ।