ୟୁପିରେ ଉପନିର୍ବାଚନ ଲଢ଼ିବନି କଂଗ୍ରେସ
ୟୁପିରେ ଉପନିର୍ବାଚନ ଲଢ଼ିବନି କଂଗ୍ରେସ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଦୁଇଟି ଲୋକସଭା ଆସନରେ ହେବାକୁ ଥିବା ଉପନିର୍ବାଚନରେ ପ୍ରାର୍ଥୀ ଦେବନି କଂଗ୍ରେସ । ଏ ଉପନିର୍ବାଚନ ନ ଲଢ଼ି ଦଳକୁ ସଂଗଠିତ କରିବାକୁ ଦଳ ନିଷ୍ପତ୍ତି ନେଇଛି । ଆଜମଗଡ଼ ଓ ରାମପୁର ଆସନ ଲୋକସଭା ନିର୍ବାଚନମଣ୍ଡଳୀରେ ଉପନିର୍ବାଚନ ହେବାକୁ ଯାଉଥିବା କଂଗ୍ରେସର ଏ ନିଷତ୍ତି ଚର୍ଚ୍ଚାର ବିଷୟ ହୋଇଛି । ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି । ବିଧାନସଭା ନିର୍ବାଚନରେ ହେବାକୁ ଥିବା ଏହି ଦୁଇ ଲୋକସଭା ଆସନ ଉପନିର୍ବାଚନ ପାଇଁ ଆଗାମୀ ଜୁନ୍ ୨୩ରେ ହେବ ଭୋଟ ।
ଏହି ଦୁଇ ଆସନ ସମାଜବାଦୀ ପାର୍ଟିର୍ର ଗଡ଼ କୁହାଯାଏ । ଆଜମଗଡ଼ ଆସନରୁ ସପା ନେତା ଆଜମ ଖାନ ଲଗାତର ଜିତି ଆସୁଥିବାରୁ ତାଙ୍କ ଇସ୍ତଫା ପରେ ଏ ଆସନ ଖାଲି ହୋଇଛି । ରାମପୁର ଆସନ ଅଖିଳେଶ ଯାଦବ ଛାଡ଼ିବା ପରେ ଖାଲି ହୋଇଛି । ସମ୍ଭବତଃ ସମାଜବାଦୀ ପାର୍ଟି ସହ ପୁଣି ସମ୍ପର୍କ ଯୋଡ଼ିବା ପାଇଁ କଂଗ୍ରେସ ଏଭଳି ପଦକ୍ଷେପ ନେଇଛି ।