ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ

ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ

ଭୁବନେଶ୍ୱର: ସିଭିଲ ସର୍ଭିସ ପ୍ରିଲିମିନାରୀ ଦେବାକୁ ଥିବା ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି । ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ୩ ଅକ୍ଟୋବରରେ ବିଭିନ୍ନ ସହରରେ ଟ୍ରେନ ଚାଲିବ । ଅକ୍ଟୋବର ୩ ଅପରାହ୍ନ ୪ଟାରେ ବ୍ରହ୍ମପୁର ଓ କେନ୍ଦୁଝରଗଡ଼ରୁ ଟ୍ରେନ ଛାଡ଼ିବ । ସେହିଦିନ ଖରିଆର ରୋଡ ଏବଂ ଇଚ୍ଛାପୁରମରୁ ମଧ୍ୟ ଟ୍ରେନ ଛାଡ଼ିବ । କୋରାପୁଟରୁ ଭୋର ୫ଟା ଓ ଅନ୍ୟ ଏକ ଟ୍ରେନ ଦିନ ୧ଟାରୁ ଛାଡ଼ିବ । ସେହି ଦିନ ସନ୍ଧ୍ୟା ସୁଦ୍ଧା ‘ପରୀକ୍ଷା ସ୍ୱତନ୍ତ୍ର’ ଟ୍ରେନରେ ପରୀକ୍ଷାର୍ଥୀ ପହଞ୍ଚିପାରିବେ । ସିଭିଲ ସର୍ଭିସ ପ୍ରିଲିମିନାରୀ ଦେବାକୁ ଥିବା ପରୀକ୍ଷାର୍ଥୀଙ୍କ ପାଇଁ ରେଳ ମନ୍ତ୍ରଣାଳୟ ୯ଟି ‘ପରୀକ୍ଷା ସ୍ୱତନ୍ତ୍ର’ ଟ୍ରେନ ଚଳାଚଳ ପାଇଁ ଅନୁମତି ଦେଇଛି । ସେଗୁଡ଼ିକ ହେଲା ବ୍ରହ୍ମପୁର-କଟକ ମେମୁ ଓ କେନ୍ଦୁଝର-କଟକ ଏକଜାମିନେସନ ସ୍ପେଶାଲ, ଇଚ୍ଛାପୁରମ-ବିଶାଖାପଟନମ ମେମୁ, ଖରିଆର ରୋଡ-ସମ୍ବଲପୁର ସ୍ପେଶାଲ, କୋରାପୁଟ-କଟକ ପାସେଞ୍ଜର, କୋରାପୁଟ-ବିଶାଖାପଟନମ ସ୍ପେଶାଲ, ରାଉରକେଲା-କଟକ ଭାୟା ଝାରସୁଗୁଡ଼ା, ବାରିପଦା-କଟକ ସ୍ପେଶାଲ, ବିଜୟୱାଡା-ବିଶାଖାପାଟନମ ଏକଜାମିନେସନ ସ୍ପେଶାଲ ଟ୍ରେନ ।