ସାଧାରଣତନ୍ତ୍ର ଦିବସ ପାଇଁ ରାଜଧାନୀରେ ପ୍ୟରେଡ ଓ ରୋଡ ସୋ ଅଭ୍ୟାସ କରାଯାଉଛି
ସାଧାରଣତନ୍ତ୍ର ଦିବସ ପାଇଁ ରାଜଧାନୀରେ ପ୍ୟରେଡ ଓ ରୋଡ ସୋ ଅଭ୍ୟାସ କରାଯାଉଛି
admin
Jan 25, 2020 - 03:51
Updated: Jan 25, 2020 - 03:51
ଭୁବନେଶ୍ୱର - ଆସନ୍ତା ୨୬ ତାରିଖରେ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ହେବାକୁ ଯାଉଛି। ଏଥିପାଇଁ ଗାନ୍ଧୀମାର୍ଗ ତଥା ଲୋୟର ପିଏମଜିରେ ପ୍ୟାରେଡ୍ ସହ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହାକୁ ସୁରୁଖୁରୁରେ ପାଳନ କରିବା ପାଇଁ କମିଶନରେଟ ପୁଲିସ ପକ୍ଷରୁ ଟ୍ରାଫିକ୍ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି। ଗାନ୍ଧୀମାର୍ଗରେ ପତାକା ଉତ୍ତୋଳନ ଓ ପ୍ୟାରେଡ୍ ଶେଷ ହେବା ପର୍ଯ୍ୟନ୍ତ ରାଜଧାନୀର ଟ୍ରାଫିକ୍ ଦିଗ ପରିବର୍ତ୍ତନର ବ୍ୟବସ୍ଥା କରାଯାଇଛି। ୨୪ ତାରିଖ ସକାଳ ସାଢ଼େ ୭ଟାରୁ ସାଢ଼େ ୧୦ଟା ଏବଂ ୨୬ ତାରିଖ ଦିନ ପ୍ୟାରେଡ୍ ଶେଷ ହେବା ପର୍ଯ୍ୟନ୍ତ ଯାନବାହନ ଚଳାଚଳ ପାଇଁ ଦିଗ ପରିବର୍ତ୍ତନ କରାଯାଇଥିଲା। ଜାନୁଆରୀ ୨୬ ତାରିଖ ଦିନ ସକାଳ ୭ଟାରୁ ପ୍ୟାରେଡ୍ ଶେଷ ହେବା ପର୍ଯ୍ୟନ୍ତ ରାଜମହଲ କ୍ରସିଂ ଓ ରାମମନ୍ଦିର କ୍ରସିଂ ଆଡୁ କୌଣସି ଭାରୀଯାନ ମାଷ୍ଟରକ୍ୟାଣ୍ଟିନ୍ ଛକ ଆଡ଼କୁ ଆସିପାରିବ ନାହିଁ। ସେହିଦିନ ସକାଳ ସାଢ଼େ ୬ଟାରୁ ଗାଡ଼ିଗୁଡ଼ିକୁ କଟକଣା ରହିଛି। ଗାନ୍ଧୀମାର୍ଗ ସହ ସଂଯୁକ୍ତ ହେଉଥିବା ସମସ୍ତ ରାସ୍ତାକୁ ସିଲ୍ କରାଯିବ। କେବଳ ପଥଚାରୀମାନେ ଗାନ୍ଧୀମାର୍ଗ ପ୍ୟାରେଡ୍ ସ୍ଥଳକୁ ଆସିପାରିବେ। ୨୬ତାରିଖ ସକାଳ ୭ଟାରୁ ପ୍ୟାରେଡ୍ ଶେଷ ହେବା ପର୍ଯ୍ୟନ୍ତ ପିଏମଜି ଛକଠାରୁ ମାଷ୍ଟରକ୍ୟାଣ୍ଟିନ୍ ଛକ ମଧ୍ୟରେ ଗ୍ୟାସ୍ ବେଲୁନ୍ ବିକ୍ରୟକୁ ନିଷେଧ କରାଯାଇଛି ବୋଲି କମିଶନରେଟ୍ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।