ଶଙ୍ଖ ଫୁଙ୍କିଲେ ମଜବୁତ ହୁଏ ହୃଦୟ ଓ ଫୁସଫୁସ, ଆହୁରି ଅଛି ଅନେକ ଉପକାରିତା
ଶଙ୍ଖ ଫୁଙ୍କିଲେ ମଜବୁତ ହୁଏ ହୃଦୟ ଓ ଫୁସଫୁସ, ଆହୁରି ଅଛି ଅନେକ ଉପକାରିତା
କରୋନା ମହାମାରୀର ସଂକଟରୁ ରକ୍ଷା ପାଇବା ପାଇଁ ରାହା ଖୋଜୁଛି ସାରା ବିଶ୍ୱ । ଏହି ରୋଗରୁ ମୁକ୍ତି ପାଇବା ପାଇଁ ଅନେକ ଲୋକ ଘରୋଇ ଉପାୟ ଆପଣାଉଛନ୍ତି । ଏହି ଭୂତାଣୁ ଶରୀରର ଫୁସଫୁସକୁ ସିଧାସଳଖ ପ୍ରଭାବିତ କରିଥାଏ । ତେଣୁ ଆଜିକାଲି ସମସ୍ତେ ରୋଗପ୍ରତିରୋଧକ ଶକ୍ତି ବଢାଇବା, ଅକ୍ସିଜେନ ସାଚୁରେସନରେ ଉନ୍ନତି ପାଇଁ ଲକ୍ଷ ଲକ୍ଷ ଘରୋଇ ଉପଚାର ପାଇଁ ଚେଷ୍ଟା କରୁଛନ୍ତି । ତେଣୁ ଏହି ମହାମାରୀ ସମୟରେ ଫୁସଫୁସର ଯତ୍ନ ନେବା ନିହାତି ଆବଶ୍ୟକ । ଏହାର ଘରୋଇ ଉପଚାର ହେଉଛି, ହିନ୍ଦୁ ଧର୍ମରେ ପ୍ରତ୍ୟେକ ଶୁଭ କାମ ଶଙ୍ଖନାଦରୁ ହିଁ ଆରମ୍ଭ ହୋଇଥାଏ । ଶାସ୍ତ୍ର ଅନୁଯାୟୀ ଶଙ୍ଖ ଫୁଙ୍କିବା ଦ୍ୱାରା ଘରେ ସୁଖ ଓ ସମୃଦ୍ଧି ବଢିଥାଏ । ଅନ୍ୟପକ୍ଷରେ ଏହାର ଶଦ୍ଧ ଦ୍ୱାରା ଅନେକ ରୋଗ ମଧ୍ୟ ଦୂର ହୋଇଥାଏ । ତେବେ ଏହା ଫୁଙ୍କିବା ଦ୍ୱାରା କରୋନା ସମୟରେ ଫୁସଫୁସକୁ ସୁସ୍ଥ ରଖିଥାଏ ବୋଲି ଜଣାପଡିଛି । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଶଙ୍ଖନାଦ ସକରାତ୍ମକ ଶକ୍ତି ପ୍ରଦାନ କରେ ଓ ଏହା ଶୁଣିବା ଦ୍ୱାରା ଚାପ ମଧ୍ୟ ଦୂର ହୋଇଥାଏ । ଏହା ଶୋଇଥଇବା ଭୂମିକୁ ଜାଗ୍ରତ କରିଥାଏ । ଆୟୁର୍ବେଦ ଅନୁଯାୟୀ ଏହି ଶଦ୍ଧ ହୃଦଘାତ, ରକ୍ତଚାପ, ଆଜମା ଓ ଫୁସଫୁସକୁ ଶକ୍ତିଶାଳୀ କରିଥାଏ । ଏହା ସହ ଶଙ୍ଖ ବଜେଇବା ଦ୍ୱାରା ତଳ ଶରୀରର ମାଂସପେଶୀ, ଛାତି ଓ ବେକର ବ୍ୟାମ ମଧ୍ୟ ହୋଇଥାଏ । ବୈଜ୍ଞାନିକଙ୍କ ମତରେ ଏହି ଶଦ୍ଧ ବାୟୁମଣ୍ଡଳରେ ଉପସ୍ଥିତ ଅନେକ ପ୍ରକାର ଜୀବାଣୁ ନଷ୍ଟ କରିଥାଏ । ପ୍ରତିଦିନ ଶଙ୍ଖ ଫୁଙ୍କିବା ଦ୍ୱାରା ହାର୍ଟ ଓ ଫୁସଫୁସ ମଜବୁତ ହୋଇଥାଏ । ଏଥି ସହିତ ଏହା ଶ୍ୱାସକ୍ରିୟା ଓ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଏହି ଶଦ୍ଧ ଶୁଣିବା ଦ୍ୱାରା ବଧିରତା ସମସ୍ୟା ମଧ୍ୟ ଦୂର ହୋଇଥାଏ ବୋଲି ଜଣାପଡିଛି । ଶଙ୍ଖରେ ରଖା ଯାଉଥିବା ଜଳ ମଧ୍ୟ ପାନ କରିବା ଦ୍ୱାରା ହାଡ, ଦାନ୍ତ ମଜବୁତ୍ ହୋଇଥାଏ । କ୍ୟାଲସିୟମ ଫସଫରସ ଓ ସଲଫର ଗୁଣ ଯୋଗୁଁ ଶରୀର ପାଇଁ ଏହା ଲାଭଦାୟକ ଅଟେ । ସଙ୍ଗମ ସହର ନିକଟରେ ଥିବା କାଟଗରର ବାସିନ୍ଦା ନବୀନ ଗୁପ୍ତା କହିଛନ୍ତି ଯେ କରୋନା ଭାଇରସ ଶ୍ୱାସକ୍ରିୟାରେ ପ୍ରଭାବ ପକାଇଥାଏ, ତେଣୁ ଶଙ୍ଖ ବଜାଇବା ଦ୍ୱାରା ଫୁସଫୁସ ସକ୍ରିୟ ହୋଇଥାଏ । କୋଭିଡ ଟିକା ନେବା ପରେ ମଧ୍ୟ ଶଙ୍ଖ ଫୁଙ୍କିବାକୁ ବ୍ୟାୟାମର ଏକ ଅଂଶ କରିବା ଉଚିତ୍ ।




admin 