ହାଇଦର ଏନକାଉଣ୍ଟରକୁ ନେଇ ମାନବାଧିକାର କମିଶନଙ୍କ ନୋଟିସ

ହାଇଦର ଏନକାଉଣ୍ଟରକୁ ନେଇ ମାନବାଧିକାର କମିଶନଙ୍କ ନୋଟିସ

ହାଇଦର ଏନକାଉଣ୍ଟରକୁ ନେଇ ମାନବାଧିକାର କମିଶନଙ୍କ ନୋଟିସ

ଭୁବନେଶ୍ୱର:  ପୁଲିସ ଗୁଳିରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ମୃତୁ୍ୟ ଘଟଣାରେ ସୋମବାର ଏକ ବଡ଼ ଖବର ସାମନାକୁ ଆସିଛି ।  ଉକ୍ତ ଏନକାଉଣ୍ଟରକୁ ନେଇ ରାଜ୍ୟ ମାନବାଧିକାର କମିଶନ ନିଜ ଆଡ଼ୁ ଏକ ମାମଲା ରୁଜୁ କରିଛନ୍ତି ।  ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଆଧାରରେ କମିଶନ ଏହି ମାମଲା ରୁଜୁ କରିଛନ୍ତି । ଖାଲି ସେତିକି ନୁହେଁ ମାମଲା ରୁଜୁ କରିବା ସହ କମିଶନ ନୋଟିସ ମଧ୍ୟ ଜାରି କରିଛନ୍ତି ।  ଗୃହ ବିଭାଗ ଏସିଏସ, ପୁଲିସ ଡିଜି ଓ ଜେଲ ବିଭାଗ ଡିଜିଙ୍କୁ  ରାଜ୍ୟ ମାନବାଧିକାର କମିଶନ ନୋଟିସ ଜାରି କରିଛନ୍ତି ।  ଏହାଛଡ଼ା ଟୁଇନସିଟି ପୁଲିସ କମିଶନରଙ୍କୁ ମଧ୍ୟ ନୋଟିସ ଜାରି କରିଛନ୍ତି ।  ଆସନ୍ତା ୪ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବା ପାଇଁ ରାଜ୍ୟ ମାନବାଧିକାର କମିଶନ ନିଦେ୍ର୍ଧଶ ଦେଇଛନ୍ତି । 

ପୁଲିସ ଦେଇଥିବା ସୂଚନା ଅନୁସାରେ, ହାଇଦର୍‌କୁ ଶନିବାର କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ଚୌଦ୍ୱାର ଜେଲ୍‌ରୁ ବାରିପଦା ଜେଲକୁ ସ୍ଥାନାନ୍ତର କରାଯାଉଥିଲା। ତାକୁ ନିଆଯାଉଥିବା ପୁଲିସ ଭ୍ୟାନ୍‌ରେ ଥିଲେ ଇନ୍‌ସ୍‌ପେକ୍ଟର ଗଙ୍ଗାଧର ଶାସେନି, ଏସ୍‌ଆଇ ଅସିତ୍‌ ଜେନାଙ୍କ ସମେତ ଏକ ସେକ୍ସନ ପୁଲିସ ଫୋର୍ସ । ଅପରାହ୍ନ ପ୍ରାୟ ୧ଟା ବେଳେ ଏସକର୍ଟ ଗାଡ଼ି ଚୌଦ୍ୱାର ଜେଲ୍‌ରୁ ହାଇଦର୍‌କୁ ଧରି ବାରିପଦା ଅଭିମୁଖେ ବାହାରିଥିଲା । ଦିନ ୩ଟା ୨୦ ମିନିଟ୍‌ ସମୟରେ ବାଲେଶ୍ୱର ଜିଲ୍ଲା ସିମୁଳିଆ ନିକଟରେ ପୁଲିସ ଗାଡ଼ି ପହଞ୍ଚିବା ବେଳକୁ ପରିସ୍ରା କରିବା କଥା କହି ଗାଡ଼ି ଅଟକାଇବାକୁ ପୁଲିସ୍‌ ଟିମ୍‌କୁ କହିଥିଲା ହାଇଦର୍‌ । ପୁଲିସ୍‌ ତାକୁ ପରିସ୍ରା ଯିବାକୁ ଅନୁମତି ଦେଇଥିଲା । ତେବେ ଗାଡ଼ି ଅଟକିବା କ୍ଷଣି ସେ ତଳକୁ ଓହ୍ଲାଇବା ବେଳେ ହଠାତ୍‌ ଜଣେ ପୁଲିସ୍‌ କର୍ମଚାରୀଙ୍କଠାରୁ ବନ୍ଧୁକ ଛଡ଼ାଇ ଫେରାର୍‌ ହେବାକୁ ଚେଷ୍ଟା କରିଥିଲା । ଏହି ସମୟରେ ପୁଲିସ ଓ ହାଇଦର୍‌ ଭିତରେ କିଛି ସମୟ ପାଇଁ ଧସ୍ତାଧସ୍ତି ମଧ୍ୟ ହୋଇଥିଲା । ଫେରାର୍‌ ହେବା ଉଦ୍ୟମରୁ ନିବୃତ୍ତ ରହିବା ପାଇଁ ପୂରା ପୁଲିସ ଟିମ୍‌ ତାକୁ ଚେତାବନୀ ମଧ୍ୟ ଦେଇଥିଲା । ମାତ୍ର ସେ ଜବରଦସ୍ତ ବନ୍ଧୁକ ଛଡ଼ାଇ ନେବା ପରେ ପୁଲିସ ଟିମ୍‌ର ସୁରକ୍ଷା ଦୃଷ୍ଟିରୁ ସେଠାରେ ଥିବା ଏସ୍‌ଆଇ ବାଧ୍ୟ ହୋଇ ଏନ୍‌କାଉଣ୍ଟର୍‌ କରିଥିଲେ ।

ଏନ୍‌କାଉଣ୍ଟର୍‌ ବେଳେ ପୁଲିସ୍‌ର ୪ଟି ଗୁଳି ହାଇଦର୍‌ର ବାମ ହାତ, ଛାତିରେ ବାଜିଥିଲା । ଗୁରୁତର ଅବସ୍ଥାରେ ତାକୁ ଅପରାହ୍ନ ସାଢ଼େ ୪ଟାରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ତା’ର ମୃତ୍ୟୁ ଘଟିଥିବା ଜଣାପଡ଼ିଥିଲା । ହାଇଦର୍‌ର ମୃତଦେହ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାୟ ୨ ଘଣ୍ଟା ରହିଥିଲା । ସନ୍ଧ୍ୟା ପ୍ରାୟ ୬ଟା ୨୪ ମିନିଟ୍‌ରେ ଏଡିଏମ୍‌ଓ ମୃତ୍ୟୁଞ୍ଜୟ ମିଶ୍ର ତାକୁ ମୃତ ବୋଲି ଘୋଷଣା କରିଥିଲେ ।


ରବିବାର ସନ୍ଧ୍ୟା ୮ ଟା ୩୦ ରେ ପୋଲିସ ସୁରକ୍ଷା ବଳୟରେ ହାଇଦରର ମୃତଦେହ କେନ୍ଦ୍ରାପଡା ଜିଲ୍ଲା ରଣାପଡା ଠାରେ ପହଞ୍ଚିଥିଲା। ମୃତଦେହକୁ ତାର ଘରକୁ ନିଆଯାଇ ସିଧା କବରସ୍ଥାନକୁ ନିଆଯାଇଥିଲା।
ସାଙ୍ଗରେ ତାର ସ୍ତ୍ରୀ ହସିନା ବିବି, ଝିଅ, ବୋହୁ ପରିବାରର ଅନ୍ୟ ସଦସ୍ୟ ମାନେ ମଧ୍ୟ ରହି ଥିଲେ। ତେବେ କୋଭିଡ଼ କଟକଣା ଭିତରେ ହାଇଦରକୁ କବର ଦିଆଯାଇଥିଲା।