ମୁଖ୍ୟମନ୍ତ୍ରୀ ହେବାକୁ ମନାକଲେ ଅମ୍ବିକା ସୋନି, କ’ଣ କହିଲେ ପଢ଼ନ୍ତୁ

ମୁଖ୍ୟମନ୍ତ୍ରୀ ହେବାକୁ ମନାକଲେ ଅମ୍ବିକା ସୋନି, କ’ଣ କହିଲେ ପଢ଼ନ୍ତୁ

ମୁଖ୍ୟମନ୍ତ୍ରୀ ହେବାକୁ ମନାକଲେ ଅମ୍ବିକା ସୋନି, କ’ଣ କହିଲେ ପଢ଼ନ୍ତୁ

ନୂଆଦିଲ୍ଲୀ: ପଞ୍ଜାବରେ ମୁଖ୍ୟମନ୍ତ୍ରୀ ଚୟନକୁ ନେଇ କଂଗ୍ରେସରେ ଜଟିଳ ପରିସ୍ଥିତି ଜାରି ରହିଛି। ଗତକାଲି ବିଧାୟକ ଦଳ ବୈଠକରେ କୌଣସି ନାମ ଚୟନ ହୋଇ ନପାରି ନଥିଲା। ଦଳର ମଧ୍ୟବର୍ତ୍ତୀ କାଳୀନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମୁଖ୍ୟମନ୍ତ୍ରୀ ଚୟନ କରିବେ ବୋଲି କୁହାଯାଇଥିଲା। ଗାନ୍ଧୀ ପରିବାରର ନିକଟତମ ବିବେଚିତ ଅମ୍ବିକା ସୋନି ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ହେଉଥିଲା। ତେବେ ରାଜନୀତିରେ ପ୍ରବେଶ କରିବାକୁ ଚାହୁଁନାହାଁନ୍ତି ବୋଲି କହି ମୁଖ୍ୟମନ୍ତ୍ରୀ ହେବାକୁ ମନା କରି ଦେଇଛନ୍ତି ଅମ୍ବିକା। ଏଥି ସହ ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ପରଗତ ସିଂ କହିଛନ୍ତି ଯେ ଆଜି କଂଗ୍ରେସ ବିଧାୟକ (ସିଏଲପି) ଙ୍କ କୌଣସି ବୈଠକ ହେବ ନାହିଁ।

ଆଶା କରାଯାଉଥିଲା ଯେ ଅମରିନ୍ଦର ସିଂଙ୍କ ଇସ୍ତଫା ପରେ ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ ସିଏଲପି ବୈଠକରେ ଘୋଷଣା କରାଯିବ। ତେବେ ପରଗତ ସିଂ କହିଛନ୍ତି, ‘ଏହା ସବୁ କଂଗ୍ରେସ ହାଇକମାଣ୍ଡଙ୍କ ଉପରେ ନିର୍ଭର କରେ। ଆଉ ସିଏଲପି ବୈଠକର ଆବଶ୍ୟକତା ନାହିଁ ଜ୍ଝ

ସୂତ୍ରରୁ ମିଳିଥିବା ସୂଚନା ମୁତାବକ ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବା ପାଇଁ କଂଗ୍ରେସ ସାଂସଦ ଅମ୍ବିକା ସୋନି, ଦଳର ହାଇକମାଣ୍ଡଙ୍କ ଅଫରକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସୋନି କହିଛନ୍ତି ଯେ ସେ ଏହି ସମୟରେ ମୁଖ୍ୟମନ୍ତ୍ରୀ ହେବାକୁ ଚାହାଁନ୍ତି ନାହିଁ ଏବଂ ପଞ୍ଜାବରେ କେବଳ ଜଣେ ଶିଖଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ଉଚିତ। କଂଗ୍ରେସର ବରିଷ୍ଠ ନେତା ଅଜୟ ମାକନ୍ କହିଛନ୍ତି ଯେ ଦଳର ଅଧ୍ୟକ୍ଷା ଯାହାକୁ ବାଛିବେ, ସମସ୍ତେ ଏହାକୁ ସର୍ବସମ୍ମତି କ୍ରମେ ଗ୍ରହଣ କରିବେ।