ଟକସ୍‌ ଫାଙ୍କିଛନ୍ତି ସୋନୁ ସୁଦ, ପଢ଼ନ୍ତୁ କ’ଣ କହୁଛି ଆୟକର ବିଭାଗ

ଟକସ୍‌ ଫାଙ୍କିଛନ୍ତି ସୋନୁ ସୁଦ, ପଢ଼ନ୍ତୁ କ’ଣ କହୁଛି ଆୟକର ବିଭାଗ

ଟକସ୍‌ ଫାଙ୍କିଛନ୍ତି ସୋନୁ ସୁଦ, ପଢ଼ନ୍ତୁ କ’ଣ କହୁଛି ଆୟକର ବିଭାଗ

ନୂଆଦିଲ୍ଲୀ: ଅଭିନେତା ସୋନୁ ସୁଦ ୨୦ କୋଟି ଟଙ୍କାର ଟିକସ ଫାଙ୍କିଛନ୍ତି । ଆୟକର ବିଭାଗ ଗତ ୩ ଦିନ ଧରି ମୁମ୍ବାଇ, ଲକ୍ଷ୍ନୌ, କାନପୁର, ଜୟପୁର, ଦିଲ୍ଲୀ ଓ ଗୁରୁଗ୍ରାମରେ ସୋନୁ ସୁଦଙ୍କର ୨୮ଟି ସ୍ଥାନ ଏବଂ ଏକ ରିୟଲ ଇଷ୍ଟେଟ କମ୍ପାନୀରେ ଚଢ଼ଉ କରିବା ପରେ ଏକ ବିବୃତି ଜାରି କରି ଏହା କହିଛି । ସୁଦ ମଧ୍ୟ ଏଫସିଆରଏ ଆଇନର ଉଲ୍ଲଂଘନ କରି ବିଦେଶରୁ ପାଣ୍ଠି ସଂଗ୍ରହ କରିଥିବା କୁହାଯାଇଛି । ଆଇଟି ଅଧିକାରୀଙ୍କ ଅନୁଯାୟୀ ସୋନୁଙ୍କ ଚ୍ୟାରିଟି ସଂସ୍ଥା ଏପି୍ରଲ ୨୦୨୧ ରୁ ଏଯାବତ ୧୮.୯୪ କୋଟି ସଂଗ୍ରହ କରିଛି ଏବଂ ରିଲିଫ କାମରେ ମାତ୍ର ୧.୭ କୋଟି ଖର୍ଚ୍ଚ କରିଛି । ବଳକା ୧୭ କୋଟି ଟଙ୍କା ବ୍ୟବହାର ନ ହୋଇ ରହିଥିବା ଆୟକର ବିଭାଗ କହିଛି । ଏଫସିଆରଏ ଆଇନର ଉଲ୍ଲଂଘନ କରି ଦେଶ ବାହାରୁ ସୋନୁଙ୍କ ସଂସ୍ଥା ୨.୧ କୋଟି ସଂଗ୍ରହ କରିଥିବା ଜଣାପଡିଛି । ସୋନୁ ସୁଦଙ୍କ ବାସଭବନରେ ଚଢ଼ଉକୁ ନେଇ ମହାରାଷ୍ଟ୍ରରେ ଶାସକ ଶିବସେନା ଏବଂ ଆପ ଦଳ ପ୍ରଶ୍ନ ଉଠାଇଛନ୍ତି । ତେବେ ଆୟକର ଚଢ଼ାଉ ଏକ ଆଇନଗତ ପ୍ରକି୍ରୟା ଏବଂ ସୁଦଙ୍କ ପାଇଁ ଆଇନ ବଦଳିପାରିବ ନାହିଁ ବୋଲି ବିଜେପି ନେତାମାନେ କହିଛନ୍ତି ।