ଚେନ୍ନାଇରେ ପହଁଚିଲେ ଚୀନ ରାଷ୍ଟ୍ରପତି ଜି ଜିନ୍ପିଙ୍ଗ୍
ଚେନ୍ନାଇରେ ପହଁଚିଲେ ଚୀନ ରାଷ୍ଟ୍ରପତି ଜି ଜିନ୍ପିଙ୍ଗ୍
admin
Oct 11, 2019 - 09:00
Updated: Oct 11, 2019 - 09:00
ଚେନ୍ନାଇ: ଚେନ୍ନାଇରେ ପହଁଚିଲେ ଚୀନ ରାଷ୍ଟ୍ରପତି ଜି ଜିନ୍ପିଙ୍ଗ୍ । ଆଜିଠାରୁ ୨ ଦିନିଆ ଭାରତ ଗସ୍ତରେ ଆସିଥିବା ଜି ଜିନ୍ପିଙ୍ଗଙ୍କ ମଧ୍ୟରେ ଦ୍ବିତୀୟ ଶିଖର ସମ୍ମିଳନୀ ହେବ । ତେବେ ଚୀନ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ପୂର୍ବରୁ ଚେନ୍ନାଇ ବିମାନବନ୍ଦରରେ ପହଞ୍ଚିସାରିଥିଲେ । ମୋଦୀଙ୍କୁ ରାଜ୍ୟପାଳ ବନୱାରୀଲାଲ ପୁରୋହିତ ଓ ମୁଖ୍ୟମନ୍ତ୍ରୀ କେ ପାଲନିସ୍ୱାମୀ ସ୍ୱାଗତ କରିଥିଲେ । ତାମିଲନାଡ଼ୁର ମହାବଳୀପୁରମରେ ହେବାକୁ ଥିବା ଏହି ଅନୌପଚାରିକ ସମ୍ମିଳନୀ ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି ।
ଦୁଇ ରାଷ୍ଟ୍ରନେତାଙ୍କ ସ୍ୱାଗତ ପାଇଁ ଚେନ୍ନାଇ ବିମାନବନ୍ଦରକୁ ବିମାନବନ୍ଦରକୁ ପାରମ୍ପରିକ ଢଙ୍ଗରେ କଦଳୀ ପତ୍ର, ଫୁଲ ଏବଂ ଫଳରେ ସଜାଯାଇଛି। ମୋଦୀ, ଜିନ୍ପିଙ୍ଗ୍ଙ୍କୁ ସ୍ବାଗତ କରିବାପାଇଁ ଚେନ୍ନାଇ ବିମାନବନ୍ଦରରେ ବିଭିନ୍ନ ସାଂସ୍କୃତିକ କାର୍ୟ୍ୟକ୍ରମ ଆୟୋଜନ କରାଯାଇଥିଲା। ବିମାନବନ୍ଦରରେ ମଧ୍ୟ ଦେବୀ ମିନାକ୍ଷୀଙ୍କର ଏକ ୮ଫୁଟ୍ର ପ୍ରସ୍ତର ମୂର୍ତ୍ତି ଅସ୍ଥାୟୀ ଭାବେ ସ୍ଥାପନ କରାଯାଇଛି । ଉଲ୍ଲେଖଯୋଗ୍ୟ ଜିନ୍ପିଙ୍ଗ୍ ଏବଂ ମୋଦୀଙ୍କ ମଧ୍ୟରେ ଦ୍ବିତୀୟ ଅନୌପଚାରିକ ସମ୍ମିଳନୀ ହେବ । ପ୍ରଥମ ଅନୌପଚାରିକ ସମ୍ମିଳନୀ ଚୀନ୍ର ଉହାନ୍ରେ ଗତ ବର୍ଷ ଏପ୍ରିଲ ୨୭ ଏବଂ ୨୮ ତାରିଖରେ ହୋଇଥିଲା।