ଆଜି ୧୨ ଜିଲ୍ଲାରେ ପ୍ରବଳ ବର୍ଷା

ଆଜି ୧୨ ଜିଲ୍ଲାରେ ପ୍ରବଳ ବର୍ଷା

ଆଜି ୧୨ ଜିଲ୍ଲାରେ ପ୍ରବଳ ବର୍ଷା


ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରକୋପରେ ବର୍ଷା ଆରମ୍ଭ ହୋଇଛି । ଉତ୍ତର  ଓ ଉପକୂଳ ଓଡ଼ିଶାରେ ବର୍ଷା ଲାଗିଛି । ଅନୁମାନ କରାଯାଉଛି, ଆଜି ରାଜ୍ୟର ଅଧିକାଂଶ ଜାଗାରେ ବର୍ଷା ହେବ । କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ୨୧ ତାରିଖ ଯାଏ ରାଜ୍ୟରେ ଏଭଳି ବର୍ଷା ସମ୍ଭାବନା ଅଛି ।

  ପାଣିପାଗ ବିଭାଗ ପୂର୍ବାନୁମାନ ହେଲା, ଘୂର୍ଣ୍ଣିବଳୟ ଏବେ ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ନିକଟରେ ଅଛି । ଏହା ପ୍ରଭାବରେ ଆଜି ଅଧିକାଂଶ ଜାଗାରେ ବର୍ଷା ହେବ । ବିଶେଷ କରି ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଖୋର୍ଦ୍ଧା,  ସୁନ୍ଦରଗଡ଼ରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ଆଶଙ୍କା ଅଛି । ଏହି ୧୨ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ସୋମବାର ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନ ସମେତ ଉପକୂଳର କେତେକ ସ୍ଥାନରେ ବର୍ଷା ହେବ । ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ସୋନପୁର, ନୂଆପଡ଼ା, ବଲାଙ୍ଗିର, ଦେବଗଡ଼ରେ ପ୍ରବଳ ବର୍ଷା ହୋଇପାରେ । ମଙ୍ଗଳବାର ବର୍ଷା ପ୍ରକୋପ ସାମାନ୍ୟ କମିବ । ତଥାପି ଅନେକ ଜାଗାରେ ବର୍ଷା ହେବ । ବିଶେଷ କରି ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗିରରେ ପ୍ରବଳ ବର୍ଷା ହୋଇପାରେ ।

  ଗତ ଲଘୁଚାପରେ ଲଗାଣ ବର୍ଷା ଯୋଗୁ ବର୍ଷା ସଙ୍କଟ ବହୁ ମାତ୍ରାରେ ଦୂର ହୋଇଛି । ହେଲେ ଅନାବୃଷ୍ଟିରେ ପ୍ରଭାବିତ ଫସଲକୁ ଅତ୍ୟଧିକ ବର୍ଷା ପ୍ରାୟତଃ ଧୋଇ ଦେଇଛି । ଚାଷୀର ଦୁଃଖ କମିବା ବଦଳରେ ଆହୁରି ବଢ଼ିଯାଇଛି । କ୍ଷୟକ୍ଷତି ନେଇ ଆସନ୍ତା ୨୨ ତାରିଖ ସୁଦ୍ଧା ସବୁ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟରେ ରିପୋର୍ଟ ଦାଖଲ କରିବେ । ଏହି ରିପୋର୍ଟକୁ ଆଧାର କରି ସରକାର ପରବର୍ତ୍ତୀ ସହାୟତା ଘୋଷଣା କରିପାରନ୍ତି ।