ମାଲ୍ୟବନ୍ତ ମେଳାରେ ଅଘଟଣ : ମେଳାରେ ଦଳାଚକଟା

ମାଲ୍ୟବନ୍ତ ମେଳାରେ ଅଘଟଣ : ମେଳାରେ ଦଳାଚକଟା

ମାଲ୍ୟବନ୍ତ ମେଳାରେ ଅଘଟଣ : ମେଳାରେ ଦଳାଚକଟା

ମାଲକାନଗିରି : ୩ ଧରି ଚାଲିଥିବା  ମାଲକାନଗିରି ଜିଲ୍ଲା ମାଲ୍ୟବନ୍ତ ମହୋତ୍ସବରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ମେଳାରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା ।  ଏଥିରେ ୩ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ମାଲକାନଗିରି ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ସେମାନେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସୂଚନା ଅନୁସାରେ ପ୍ରତି ବର୍ଷ ଜାନୁଆରୀ ମାସରେ ମାଲ୍ୟବନ୍ତ ମହୋତ୍ସବ ମାଲକାନଗିରି ଜିଲ୍ଲାରେ ହୋଇଥାଏ । କରୋନା ଯୋଗୁ ୨ବର୍ଷ ହେଲା ଏହି ମହୋତ୍ସବଟି ବନ୍ଦ ଥିଲା । ଚଳିତ ବର୍ଷ କରୋନା କଟକଣା ହଟିଯାଇଥିବାରୁ ମହୋତ୍ସବଟି ହୋଇଥିଲା ।  ୧୫ ତାରିଖରୁ ମହୋତ୍ସବଟି ଆରମ୍ଭ ହୋଇଥିଲା । ବେଳେ ଗତକାଲି ଶେଷ ଦିନ ଥିଲା ।

ତେଣୁ ଗତକାଲି  ସନ୍ଧ୍ୟାରେ ଏହି ମହୋତ୍ସବରେ ୪୦ ହଜାରରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା । ପଡିଆରେ କ୍ଷମତା ଅନୁଯାୟୀ ଅତ୍ୟଧିକ ଲୋକଙ୍କ ସମାଗମ ହେବାରୁ ପୁଲିସ ପଡିଆ ଭିତରକୁ ଯିବାକୁ ବାରଣ କରିଥିଲା । ହେଲେ ଲୋକମାନେ ତାହା ନ ମାନି ପଡିଆ ଭିତରକୁ  ପ୍ରବେଶ କରିଥିଲେ । ପ୍ରବଳ ଲୋକଙ୍କ ସମାଗମ ଯୋଗୁ ଦଳାଚକଟା ହୋଇଥିଲା । ଏଥିରେ ୩ଜଣ ଲୋକ ଆହତ ହୋଇଥିଲେ । ମେଳା ମଝିରେ ଏକ ପାଗଳ ଷଣ୍ଢ ପଶିଥିବା ସୂଚନା ମିଳିଛି ।