ପୁଣି ବିବାଦ ଘେରରେ ହ୍ୟୁମାନ ସାଗର, ନିର୍ଯାତନା ଅଭିଯୋଗ ଆଣିଲେ ପତ୍ନୀ
ପୁଣି ବିବାଦ ଘେରରେ ହ୍ୟୁମାନ ସାଗର, ନିର୍ଯାତନା ଅଭିଯୋଗ ଆଣିଲେ ପତ୍ନୀ

କଟକ: ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ନାମୀ ଦାମୀ ଗାୟକ ହେଉଛନ୍ତି ହ୍ୟୁମାନ ସାଗର । କିଛି ଦିନ ହେଲା ବହୁ ବାଦ ବିବାଦ ଦେଇ ଗତି କରୁଛନ୍ତି ହ୍ୟୁମାନ । ଏବେ ପୁଣି ପଦାରେ ପଡ଼ିଛି ଘର କଳି । ତାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ତାଙ୍କରି ପତ୍ନୀ । କଟକରେ ରହୁଥିବା ହ୍ୟୁମାନ ସାଗରଙ୍କ ବିରୋଧରେ ପତ୍ନୀ ନିର୍ଯାତନା ଅଭିଯୋଗ କରି ଗତକାଲି ଡିସିପି ପିନାକ ମିଶ୍ରଙ୍କୁ ଭେଟିଥିବା ସୂଚନା ମିଳିଛି ।
ଘଟଣାର ତଦନ୍ତ କରିବା ପାଇଁ ଡିସିପି ମହିଳା ଥାନାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । ଯାହା ସୂଚନା ରହିଛି, ପାରିବାରିକ ଗଣ୍ଡଗୋଳ ଯୋଗୁଁ ପତ୍ନୀ ନିଜ ବାଲେଶ୍ୱର ସ୍ଥିତ ବାପଘରକୁ ଚାଲି ଯାଇଥିଲେ । ତେବେ ଅଭିଯୋଗକୁ ନେଇ ଉଭୟ ହ୍ୟୁମାନ ସାଗର ଏବଂ ତାଙ୍କ ପତ୍ନୀଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।