ଗୃହରେ ଉତର ରଖିବେ ମୁଖ୍ୟମନ୍ତ୍ରୀ

ଗୃହରେ ଉତର ରଖିବେ ମୁଖ୍ୟମନ୍ତ୍ରୀ

ଗୃହରେ ଉତର ରଖିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର:ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ବାଚସ୍ପତି ରୁଲିଂ ଦେଇଛନ୍ତି । ଗୃହରେ ମୁଖ୍ୟମନ୍ତ୍ରୀ ଉତର ରଖିବେ ବୋଲି ରୁଲିଂ ଦେଇଛନ୍ତି ବାଚସ୍ପତି । ଗତକାଲି ବିରୋଧୀ ଦଳ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରିଥିଲେ । ପୁରୀ ଟ୍ରିପଲ ମର୍ଡର ଓ କେନ୍ଦ୍ରାପଡା ଗୁଳିକାଣ୍ଡ ଘଟଣା ନେଇ ବିବୃତି ରଖିବେ ମୁଖ୍ୟମନ୍ତ୍ରୀ । ବିବୃତି ରଖିବାକୁ ମୁଖ୍ୟମନ୍ତ୍ରୀଙ୍କୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି । ତେବେ ଗତକାଲି ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଗୃହ ଗରମ ହୋଇଥିଲା । ବିଧାନସଭା ଆରମ୍ଭରୁ ରାଜ୍ୟରେ ବିପର୍ୟ୍ୟସ୍ତ ଆଇନ ଶୃଙ୍ଖଳା ପ୍ରସଙ୍ଗ ଉଠାଇଥିଲେ ବିଜେପି ବିଧାୟକ । ପ୍ରଶ୍ନକାଳ ବନ୍ଦ କରି ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବାକୁ ବିରୋଧୀ ଅଡି ବସିଥିଲେ । ଗୃହରେ ହୋହଲ୍ଲା, ନାରାବାଜି କରିଥିଲେ । କେନ୍ଦ୍ରାପଡା ଗୁଳିକାଣ୍ଡ ଏବଂ ପିପିଲି ପଟ୍ଟନାଇକିଆ ଟ୍ରିପଲ ମର୍ଡର ଘଟଣା ଉଠାଇ ସରକାରଙ୍କୁ ଘେରିଥିଲେ ବିରୋଧୀ । ତେବେ ଆଜି ଉକ୍ତ ଦୁଇଟି ପ୍ରସଙ୍ଗରେ ବିଧାନସଭାରେ ବିବୃତି ରଖିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।