ବିବାହ ଭିଡିଓ ଭାଇରାଲ, ବିଦାୟ ବେଳେ ହସି ହସି ଗଡିଲା ଝିଅ ।

ବିବାହ ଭିଡିଓ ଭାଇରାଲ, ବିଦାୟ ବେଳେ ହସି ହସି ଗଡିଲା ଝିଅ ।

ବିବାହ ଭିଡିଓ ଭାଇରାଲ, ବିଦାୟ ବେଳେ ହସି ହସି ଗଡିଲା ଝିଅ ।
ବିବାହ ଭିଡିଓ ଏବେ ଟିକଟକରେ ଖୁବ ପସନ୍ଦ କରାଯାଉଛି । ଏଗୁଡ଼ିକୁ ଟ୍ୱିଟର ଓ ଫେସବୁକ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଶେୟାର କରାଯାଉଛି । ଏମିତି ଏକ ଭିଡିଓ ଏବେ ଟିକଟକରେ ଭାଇରାଲ ହୋଇଛି । ଯେଉଁଥିରେ ବିଦାୟ ବେଳେ ଝିଅ କାନ୍ଦିବା ବଦଳରେ ଜୋର ଜୋର ହସୁଛି । ଭିଡିଓଟିକୁ ୩୦ ଲକ୍ଷରୁ ଅଧିକ ଥର ଦେଖାଗଲାଣି । ୩ ଲକ୍ଷରୁ ଅଧିକ ଲାଇକ ଏବ ୧୫ ଶହ ଲୋକ ଏହାକୁ ଖୁବ ପସନ୍ଦ କରୁଛନ୍ତି । ଟିକଟକ ଭିଡିଓରେ ଆପଣ ଦେଖିପାରିବେ । ଝିଅର ବିଦାୟ ସମୟ ଆସିଛି । କିନ୍ତୁ ମା’କୁ କାନ୍ଦିବାର ଦେଖି ଝିଅ କାନ୍ଦିବା ବଦଳରେ ଜୋର ଜୋର ହସିବା ଆରମ୍ଭ କରିଛି ଏବଂ କହିଛି ‘ଆରେ ମୟାଁ... ।’ ଉପସ୍ଥିତ ଲୋକେ ତାକୁ ମିଛି ମିଛିକା କାନ୍ଦିବାକୁ କହୁଛନ୍ତି । ଏହା ପରେ ଝିଅ ଲୋକ ଦେଖାଣିଆ କାନ୍ଦିବା ଆରମ୍ଭ କରିଛିି । ଅନ୍ୟ ଜଣେ ମହିଳା ଝିଅକୁ କହୁଛନ୍ତି ‘ମମ୍ମି ଜହାନଗରୀ ପୁରୀରେ ରହୁଛି । ଯେତେବେଳେ ଇଚ୍ଛା ଚାଲି ଆସିବୁ ।’ ରାଶୀ ଚନ୍ଦ ନାମକ ଜଣେ ଟିକଟକ ୟୁଜର ଏହି ଭିଡିଓ ପୋଷ୍ଟ କରିଛନ୍ତି ।