ଇ-ମେଲରେ ପଠାଇ ହେବ ହୃଦସ୍ପନ୍ଦନ

ଇ-ମେଲରେ ପଠାଇ ହେବ ହୃଦସ୍ପନ୍ଦନ

ଇ-ମେଲରେ ପଠାଇ ହେବ ହୃଦସ୍ପନ୍ଦନ
ଇ-ମେଲ ମାଧ୍ୟମରେ କୌଣସି ଫଟୋ, ଭିଡିଓ କିମ୍ବା ବାର୍ତ୍ତାକୁ ଆପଣମାନେ ପଠାଇଥିବେ । କିନ୍ତୁ ଏବେ ଇ-ମେଲ ମାଧ୍ୟମରେ ନିଜ ପ୍ରିୟପରିଜନଙ୍କ ହୃଦସ୍ପନ୍ଦନ ଆପଣମାନେ ଶୁଣିପାରିବେ ଓ ପଠାଇପାରିବେ । ଏହି ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରି ଦେଖାଇଛନ୍ତି ବମ୍ବେ ଆଇଆଇଟିର ଛାତ୍ରମାନେ । ସେମାନେ ଏହିପରି ଏକ ଷ୍ଟେଥୋସ୍କୋପକ ତିଆରି କରିଛନ୍ତି । ଯାହା ହୃଦସ୍ପନ୍ଦନକୁ ଇ-ମେଲ ଓ ହ୍ୱାଟସ ଆପ୍ ମାଧ୍ୟମରେ ଡାକ୍ତରଙ୍କ ପାଖକୁ ପ୍ରେରଣ କରିବ । ଗ୍ରାମାଞ୍ଚଳରେ ଥିବା ରୋଗୀମାନଙ୍କ ପାଇଁ ଏହି ଷ୍ଟୋଥୋସ୍କୋପ ଉପକାରୀ । ଗ୍ରାମାଞ୍ଚଳ ରୋଗୀମାନେ ଚାହିଁଲେ ଏହାରି ମାଧ୍ୟମରେ ନିଜ ସ୍ୱାସ୍ଥ୍ୟ ପରୀକ୍ଷା ସହର ଡାକ୍ତରଙ୍କ ପାଖରେ କରିପାରିବେ । ସାଧାରଣ ଷ୍ଟେଥୋସ୍କୋପ ଅପେକ୍ଷା ଏହା ୩୫ ଗୁଣ ଭଲ କାମ କରିବ । ଛାତ୍ରମାନେ ଏହାର ନାମ ‘ଏଜ୍ ସିଙ୍କ୍’ ରଖିଛନ୍ତି । ଏହା ବ୍ୟାଟେରୀ ମାଧ୍ୟମରେ ଚାଲୁଛି ଏବଂ ଥରେ ପୂର୍ଣ୍ଣ ଚାର୍ଜ କଲେ ଏହା ୧୮ ଘଣ୍ଟା କାମ କରୁଛି । ଏହି ଷ୍ଟେଥୋସ୍କୋପରେ ‘ଏଜ ସେୟାର’ ନାମକ ଏକ ଆପ୍ଲିକେସନ ରହିଛି । ଯାହାର ମାଧ୍ୟମରେ ହୃଦସ୍ପନ୍ଦନ ରେକର୍ଡ କରାଯାଇ ଇ-ମେଲ କରିହେବ । ଏହି ଆପ ମାଧ୍ୟମରେ ଧ୍ୱନିର ଫୋନୋ କାର୍ଡିଓଗ୍ରାଫ ତିଆରି କରିହେବ । ଏହି ଷ୍ଟେଥସ୍କୋପର ସଫଳ ପରୀକ୍ଷଣ ହୋଇଛି । ମହାରାଷ୍ଟ୍ରର ତିନୋଟି ଜିଲ୍ଲାରେ ଥିବା ସରକାରୀ ଗ୍ରାମାଞ୍ଚଳ ଚିକିତ୍ସାଳୟକୁ ଏହିଭଳି ୧୦୦ଟି ଷ୍ଟେଥୋସ୍କୋପ୍ ଆଗାମୀ ବର୍ଷରେ ଯୋଗାଇ ଦିଆଯିବ ।