ଫୁଟବଲ ମହାକୁମ୍ଭ : ଚର୍ଚ୍ଚାରେ ଚଳମାନ ଷ୍ଟାଡ଼ିୟମ
ଫୁଟବଲ ମହାକୁମ୍ଭ : ଚର୍ଚ୍ଚାରେ ଚଳମାନ ଷ୍ଟାଡ଼ିୟମ
କତାର: ଚଳିତବର୍ଷ କତାରରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଚାଲିଛି ଫୁଟବଲ ମହାକୁମ୍ଭ ଫିଫା ବିଶ୍ୱକପ । ବଛାବଛା ଷ୍ଟାଡ଼ିୟମ ଗୁଡ଼ିକରେ ଏହି ଖେଳ ହେବାକୁ ଥିବାବେଳେ କତାରର ଏକ ଷ୍ଟାଡ଼ିୟମ ଅଧିକ ଚର୍ଚ୍ଚାରେ ରହିଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା, ଏହି ଷ୍ଟାଡ଼ିୟମ ଚଳମାନ । ଏହାକୁ ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ନିଆଯାଇପାରେ । ଦୋହାର ରାସ୍ ଆବୁ ଆବୋଦଠାରେ ନିର୍ମାଣ କରାଯାଇଥିବା ଏହି ଷ୍ଟାଡ଼ିୟମର ନାମ ରଖାଯାଇଛି ‘ଷ୍ଟାଡ଼ିୟମ ୯୭୪’ । ୯୭୪ ହେଉଛି କତାରର ଅନ୍ତର୍ଜାତୀୟ ଫୋନ ଡାଏଲିଂ କୋଡ଼ । ୪୦ ହଜାର ଦର୍ଶକ ଏହି ଷ୍ଟାଡ଼ିୟମରେ ଫିଫା ବିଶ୍ୱକପର ମ୍ୟାଚ ଦେଖିପାରିବେ ।
ଶିପିଙ୍ଗ କଣ୍ଟେନର ଯୋଡ଼ାଯାଇ ଏହି ଷ୍ଟାଡ଼ିୟମ ନିର୍ମାଣ କରାଯାଇଥିବା ବେଳେ ଚଳିତ ବର୍ଷ ଫିଫା ପରେ ଏହାକୁ ଭାଙ୍ଗିଦିଆଯିବ ଏବଂ ପୁଣି ୨୦୩୦ରେ ଉରୁଗୁଏର ମାଲଡେ଼ାନାଡେ଼ାରେ ଯଦି ଏହାର ଆୟୋଜନ ହୁଏ, ସେଠାରେ ତିଆରି କରାଯିବ ବୋଲି ଜଣାଯାଇଛି । ଫିଫା-୨୦୨୨ ପାଇଁ ୨୦୧୭ରେ ଏହାର ନିର୍ମାଣ ଆରମ୍ଭ ହୋଇଥିବା ବେଳେ ଗତବର୍ଷ ଶେଷ ହୋଇଥିଲା ।




admin 