ଶୀତଦିନେ ମୁହଁର ଯତ୍ନ

ଶୀତଦିନେ ମୁହଁର ଯତ୍ନ

ଶୀତଦିନେ ମୁହଁର ଯତ୍ନ


ଭୁବନେଶ୍ୱର: ଶୀତଋତୁ ଆରମ୍ଭ ସମୟରୁ ତ୍ୱଚା ଉପରେ ପ୍ରଭାବ ପଡ଼ିବା ଆରମ୍ଭ ହୋଇଯାଇଥାଏ । ତ୍ୱଚା ଶୁଷ୍କ ହେବା, ଭାଙ୍ଗ ପଡ଼ିବା ଓ ସିରିସିରି ହୋଇ କୁଣ୍ଡେଇ ହେବା ଭଳି ସମସ୍ୟାରୁ ରକ୍ଷା ପାଇବାକୁ ଚାହୁଁଥିଲେ ଘରୋଇ ଉପଚାର ଆରମ୍ଭ କରିଦିଅନ୍ତୁ । 

- ସ୍ନାନ ପୂର୍ବରୁ ପାଚିଲା ଅମୃତଭଣ୍ଡା ଓ ମହୁ ପ୍ୟାକ୍ ତ୍ୱଚାରେ ଲଗାଇ ୧୫ ମିନିଟ୍ ପରେ ନଖ ଉଷୁମ ପାଣିରେ ତ୍ୱଚା ଧୋଇବେ । ସପ୍ତାହକୁ ଥରେ ଏଇ ପ୍ୟାକ ଲଗାଇବା ଉଚିତ । 

- ବେସନ-ହଳଦୀ ମିଶ୍ରଣ ଲଗାଉଥିଲେ, ସେଥିରେ ଅଧ ଚାମଚ ଅଲିଭ ତେଲ କିମ୍ବା ସୋରିଷ ତେଲ ମିଶାଇ ପୂରା ଶରୀରରେ ଲଗାଇବେ । ଏହା ତ୍ୱଚାକୁ ମଏଶ୍ଚରାଇଜ କରି ରଖେ । 

- ଦହି ଓ ମହୁ ସମାନ ପରିମାଣରେ ତ୍ୱଚାରେ କିଛି ସମୟ ମାଲିସ ପରେ ନଖ ଉଷୁମ ପାଣିରେ ଧୋଇବେ । 

- ତ୍ୱଚା ଅଧିକ ଶୁଷ୍କ ହେଲେ, ନଡିଆ ତେଲକୁ ଅଳ୍ପ ଉଷୁମ କରି ପୂରା ଶରୀରରେ ଲଗାଇବେ । ଏହା ତ୍ୱଚାର ଚମକ ଆଣିବାରେ ମଧ୍ୟ ସାହାଯ୍ୟ କରେ ।